www.samajalive.in
Thursday, December 11, 2025
14.1 C
Bhubaneswar

ସର୍ଭିସ ବନ୍ଧକରୁ ଗୁଳି ଫୁଟାଇ ବିଏସଏଫ୍ ଯବାନଙ୍କ ଆତ୍ମହତ୍ୟା

ଲମତାପୁଟ: ନିଜ ସର୍ଭିସ ବନ୍ଧକରୁ ଗୁଳି ଫୁଟାଇ ବିଏସଏଫ୍ ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଉଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଯବାନଙ୍କ ନାମ ଇନ୍ଦ୍ରଜିତ ସିଂହ ଓ ଜଲାପୁଟସ୍ଥିତ ବିଏସଏଫ୍ ୧୫ ବାଟାଲିୟନର ସେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ବର୍ତ୍ତମାନ କାରଣ ଅସ୍ପଷ୍ଟ ଥିବା ବେଳେ କେଉଁ କାରଣରୁ ଇନ୍ଦ୍ରଜିତ ସିଂହ ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡ଼ିନାହିଁ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଜଲାପୁଟସ୍ଥିତ ୧୫ ବିଏସଏଫ୍ ବାଟାଲିୟନର ଯବାନ ଇନ୍ଦ୍ରଜିତ ସିଂହ ନିଜ ରିଭଲଭରରେ ଗୁଳିକରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଲମତାପୁଟ ଆଶାକିରଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଇନ୍ଦ୍ରଜିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଇନ୍ଦ୍ରଜିତ ସିଂହ ରାଜସ୍ଥାନର ବୋଲି ଜଣାପଡ଼ିଛି। ବିଏସ୍‌ଏଫ୍‌ ଯବାନ ଇନ୍ଦ୍ରଜିତ ସିଂହ ଗତ ସପ୍ତାହରେ ଛୁଟିରେ ନିଜ ଗାଁକୁ ଯାଇ ଗୁରୁବାର ଜଲାପୁଟ କ୍ୟାମ୍ପକୁ ଫେରିଥିଲେ। ଆଜି ସକାଳେ ନିଜ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories