www.samajalive.in
Thursday, December 11, 2025
23.1 C
Bhubaneswar

ଅହମ୍ମଦାବାଦ ଟେଷ୍ଟ ସହ ଭାରତ ୩-୧ରେ ସିରିଜ ବିଜୟୀ

ଅହମ୍ମଦାବାଦ : ଚତୁର୍ଥ ଟେଷ୍ଟରେ ଭାରତ ଇନିଂସ୍‌ ବିଜୟୀ ହୋଇଛି। ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ପରାସ୍ତ କରି ଭାରତ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୩-୧ରେ ବିଜୟୀ। ଅକ୍ଷର ପଟେଲ୍‌ ଓ ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ଚମତ୍କାର ବୋଲିଂ ବଳରେ ଭାରତ ଏହି ଚିତାକର୍ଷକ ବିଜୟ ହାସଲ କରିଛି।  ଅକ୍ଷର ଓ ଅଶ୍ବିନ୍ ଉଭୟ  ୫ଟି ଲେଖାଏଁ ୱିକେଟ୍ ଅକ୍ତିଆର କରି ଭାରତ ପାଇଁ ବିଜୟ ଆଣି ଦେଇଛନ୍ତି।

ଭାରତ ଓ ଇଂଲଣ୍ଡ୍‌ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ୍‍ ମ୍ୟାଚ୍‌ର ତୃତୀୟ ଦିବସରେ ଭାରତ ପ୍ରଥମ ଇନିଂସ୍‌ରେ ୩୬୫ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା। ଆଜି ଅଳ୍ପକେ ଶତକରୁ ବଞ୍ଚିତ ହୋଇଛନ୍ତି ୱାଶିଂଟନ୍‌ ସୁନ୍ଦର। ଏହି ମ୍ୟାଚ୍‌ରେ ଅପରାଜିତ ୯୬ ରନ୍‌ର ଗୁରୁତ୍ବପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି ୱାଶିଂଟନ୍‌ ସୁନ୍ଦର। ଇଂଲଣ୍ଡ୍‌ର ବୋଲର୍‌ ବେନ୍‌ ଷ୍ଟୋକ୍‌ ମହମ୍ମଦ ସିରାଜଙ୍କୁ ବିନା କୌଣସି ରନ୍‌ରେ ବୋଲ୍‌ଡ୍‌ ଆଉଟ୍‌ କରିବା ପରେ ଭାରତୀୟ ଦଳ ଅଲ୍‌-ଆଉଟ୍‌ ହୋଇଯାଇଥିଲେ। ଭାରତ ଇଂଲଣ୍ଡଠାରୁ ୧୬୦ ରନ୍‌ରେ ଆଗୁଆ ରହିଥିଲା।

- Advertisement -

ତେବେ ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଇଂଲଣ୍ଡ ୧୩୫ ରନରେ ଅଲ ଆଉଟ ହୋଇ ଯାଇଥିଲା। ଫଳରେ ଭାରତ ଏକ ଇନିଂସ୍‌ ଓ ୨୫ ରନ୍‌ରେ ପରାସ୍ତ କରି ୩-୧ରେ ସିରଜ ବିଜୟୀ ହୋଇଛି। ଋଷଭ ପନ୍ତଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ ଭାବେ ଘୋଷଣା କରାଯାଇଛି। ରବିଚନ୍ଦ୍ରନ୍‌ ଅଶ୍ବିନ ମ୍ୟାନ ଅଫ୍ ଦ ସିରିଜ ବିବେଚିତ ହୋଇଛନ୍ତି।  ସ୍କୋର-ଇଂଲଣ୍ଡ ୨୦୫ ଓ ୧୩୫; ଭାରତ ୩୬୫।

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories