www.samajalive.in
Monday, December 8, 2025
13.1 C
Bhubaneswar

୨ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ; ୪ ମୃତ ୩୦ରୁ ଅଧିକ ଆହତ

ଅଲୀଗଡ : ଉତ୍ତରପ୍ରଦେଶର ଅଲୀଗଡ ଜିଲାରେ ଶନିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି। ୨ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଲୋଧା ଥାନା ଅନ୍ତର୍ଗତ କରସୁଆ ଗାଁ ନିକଟରେ ଘଟିଛି।
ସୂଚନା ଯୋଗ୍ୟ, ଅଲୀଗଡ ପଟୁ ଆସୁଥିବା ବସଟିର ଏକ ଚକା ହଠାତ ଫାଟିଯିବାରୁ ବସଟି ନିୟନ୍ତ୍ରଣ ହରାଇ ପ୍ରଥମେ ଡିଭାଡରକୁ ପାର କରି ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଖୈର ପଟୁ ଆସୁଥିବା ଅନ୍ୟ ଏକ ବସ ସହ ଧକ୍କା ହୋଇଥିଲା।
ବସ ସହ ବସ ଧକ୍କା ହେବା ପରେ ୨ଟି ବସରେ ଥିବା ୫୦ ରୁ ଅଧିକ ଯାତ୍ରୀଙ୍କ ଚିତ୍କାର ଶୁଭିଥିଲା। ଏହାପରେ ନିକଟରେ ଚାଷ ଜମିରେ କାମ କରୁଥିବା କୃଷକ ପ୍ରଥମେ ଗୁରୁତର ଆହତଙ୍କୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ସ୍ଥାନୀୟଲୋକେ ଘଟଣାସ୍ଥଳରୁ ସଭିଁଙ୍କୁ ଉଦ୍ଧାର କରିଥିଲେ। ହସ୍ପିଟାଲରେ ଏବେ ୩୦ ରୁ ଅଧିକ ଯାତ୍ରୀ ଚିକିତ୍ସିତ ହେଉଥିବା ନେଇ ଜଣାପଡିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories