ବ୍ରାଉନସୁଗାର ଜବତ, ଜଣେ ଗିରଫ

0

ଭଦ୍ରକ : ଭଦ୍ରକ ଟାଉନ ଥାନା ବନ୍ତ ଛକ ସେଲଟ୍ୟାକ୍ସ ଅଫିସ ନିକଟରୁ ୧୦ଗ୍ରାମ ବ୍ରାଉନ ସୁଗାର ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି। ଗିରଫ କରାଯାଇଥିବା ବ୍ୟକ୍ତି ଜଣଙ୍କ ହେଲେ ସୁକୁମାର ସାହୁ। ସୁକୁମାର ବଜାରକୁ ବ୍ରାଉନ ସୁଗାର ବିକ୍ରି କରିବାକୁ ଯିବା ସମୟରେ ପୁଲିସ ତାଙ୍କୁ ଗିରଫ କରିଛି। ଭଦ୍ରକ ଅବକାରୀ ବିଭାଗ ଏସପି ପୁରୁଷୋତ୍ତମ ଧାରୁଆଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା। ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରି ଘଟଣାର ତଦନ୍ତ ଚଳାଇଛି।

Leave A Reply