ପ୍ରତିଦିନ ଘରେ ନିଶ୍ଚୟ ଝାଡ଼ୁର ବ୍ୟବହାର ହୋଇଥାଏ।
ଝାଡ଼ୁୁ ମା’ଲକ୍ଷ୍ମୀଙ୍କ ଏକ ରୂପ ବୋଲି ହିନ୍ଦୁ ଶାସ୍ତ୍ରରେ ଉଲ୍ଲେଖ ରହିଛି।
ଏହାକୁ ଗୃହରେ ସ୍ୱତନ୍ତ୍ର ସ୍ଥାନରେ ରଖିବା ଉଚିତ। ଏହାକୁ ଘରର ସମ୍ମୁଖରେ ରଖାଯାଏ ନାହିଁ।
ସକାଳୁ ପ୍ରତିଦିନ ବାସି ବିଛଣା ଉଠାଇବା ପରେ ଝାଡ଼ୁ କରିବା ନିତ୍ୟାନ୍ତ ଜରୁରୀ ଅଟେ। ଏପରି ନ କଲେ ଦାରିଦ୍ର୍ୟ ଲାଗି ରହେ।
ସୂର୍ଯ୍ୟ ଅସ୍ତ ପରେ ଝାଡ଼ୁ କରିବା ଉଚିତ ନୁହେଁ। ଏହା ଦ୍ୱାରା ଧନ ହାନି ହେବା ସହ ରୋଗ ଲାଗି ରହେ।
ଘରର ସଦସ୍ୟ ମାନେ ବାହାରକୁ ଯିବା ପରେ ତୁରନ୍ତ ଝାଡ଼ୁ କରିବା ଉଚିତ ନୁହେଁ। ଏହା ଦ୍ୱାରା ସେମାନଙ୍କୁ କାର୍ଯ୍ୟରେ ସଫଳତା ମିଳିନଥାଏ।
ଝାଡ଼ୁ କରିବା ସମୟରେ ଏହା ଉପରେ ଗୋଡ଼ ମାରିବା ଉଚିତ ନୁହେଁ। ଏହା ଦ୍ୱାରା ଲକ୍ଷ୍ମୀଙ୍କର ଅବମାନନା ହେବା ସହ ଅଯଥା ଧନର କ୍ଷୟ ହୋଇଥାଏ।
ଜାଣନ୍ତୁ: ବାସ୍ତୁ ଅନୁଯାୟୀ ଝାଡ଼ୁର ବ୍ୟବହାର
Popular Categories



