www.samajalive.in
Saturday, December 13, 2025
26.1 C
Bhubaneswar

୫ମ ଓ ୮ମରେ ପିଲାଙ୍କୁ ଫେଲ୍‍ କରାଯିବ

ନୂଆଦିଲ୍ଲୀ: ସରକାରଙ୍କ ଶିକ୍ଷା ଆଇନରେ ଘଡିକେ ଘୋଡା ଛୁଟିବା ଭଳି ହୋଇଛି। ପୂର୍ବରୁ ସ୍କୁଲ ପିଲାମାନଙ୍କୁ ୮ମ ପର୍ଯ୍ୟନ୍ତ କୌଣସି ଶ୍ରେଣୀରେ ଫେଲ କରା ନଯିବାକୁ ଆଇନ ପ୍ରଣୟନ ହୋଇଥିବାବେଳେ ଏହାକୁ ଏବେ ପରିବର୍ତ୍ତନ କରାଯାଇଛି। ଆଇନରେ ପରିବର୍ତ୍ତନ କରାଯାଇ ଏଣିକି ୫ମ ଓ ୮ମ ଶ୍ରେଣୀରେ ପିଲାଙ୍କୁ ଫେଲ୍‍ କରାଯିବାର ବ୍ୟବସ୍ଥା କରାଯାଇଛି। ଫେଲ୍‍ ପିଲାମାନଙ୍କୁ ଉକ୍ତ ଶ୍ରେଣୀରେ ଆଉଥରେ ପଢିବା ଲାଗି ଅଟକ ରଖାଯାଇପାରିବ ବୋଲି ନୂଆ ଆଇନରେ ବ୍ୟବସ୍ଥା କରାଯାଇଛି। ନୂଆ ଆଇନ ପ୍ରଣୟନ ପୂର୍ବରୁ ସରକାର ଏଥିପାଇଁ ଆଣିଥିବା ବିଧେୟକ ବୁଧବାର ଲୋକସଭାରେ ଗୃହୀତ ହୋଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର ଆଗତ କରିଥିବା ‘ଦ ରାଇଟ ଅଫ ଚିଲଡ୍ରେନ ଟୁ ଫ୍ରି ଆଣ୍ଡ କମ୍ପଲସରି ଏଜୁକେସନ (ଦ୍ୱିତୀୟ ସଂଶୋଧନ) ବିଧେୟକ ୨୦୧୭’ରେ ୫ମ ଓ ୮ମ ଶ୍ରେଣୀରେ ପିଲାଙ୍କୁ ଫେଲ୍‍ କରାଯିବ। ପୂର୍ବରୁ ପ୍ରଣୀତ ଆଇନର ବ୍ୟବସ୍ଥା ଅନୁଯାୟୀ ପ୍ରାଥମିକ ଶିକ୍ଷା ଶେଷ ପୂର୍ବରୁ କୌଣସି ପିଲାଙ୍କୁ କୌଣସି ଶ୍ରେଣୀରେ ଅଟକ ରଖାଯାଇପାରିବ ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories