ଧାମରାରେ ବ୍ରଡବ୍ୟାଣ୍ଡ ସେବା ବ୍ୟାହତ, ଫାଇବର ବ୍ରଡବ୍ୟାଣ୍ଡ ସେବା କେବେ?

ଧାମରା: ଧାମରା ଅଂଚଳରେ ଭାରତୀୟ ସଂଚାର ନିଗମ ଲିମିଟେଡ ନିଜର ସ୍ଥାୟୀତ୍ୱ ବଜାଇ ରଖିଥିବା ବେଳେ ୨୪ଘଂଟା ସେବା ଯୋଗାଇବାରେ ବିଫଳ ହୋଇଛି। ୨ଦିନ ହେବ ଧାମରା ଅଂଚଳରେ ବ୍ରଡବ୍ୟାଣ୍ଡ ସେବା ବ୍ୟାହତ ହେବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଧାମରା ଅଂଚଳରେ ଥିବା ୧୩ଟି ରାଷ୍ଟ୍ରାୟତ ବ୍ୟାଙ୍କ, ୨ଟି ବେସରକାରୀ ବ୍ୟାଙ୍କ, ଧାମରା ବନ୍ଦର, ଧାମରା ପ୍ରତିରକ୍ଷା ଘାଟି, ଧାମରା ରାଜସ୍ୱ ନିରୀକ୍ଷକଙ୍କ ଅଫିସ ଏହି ସେବା ପାଇବାରେ ବଂଚିତ ହେବାରୁ ବହୁ ଗ୍ରାହକ ସେବା ପାଇ ପାରୁନାହାନ୍ତି। ଅନ୍ୟ ପକ୍ଷରେ ଧାମରା ଟେଲିଫୋନ ଏକ୍ସଚେଞ୍ଜ ଅଧିନରେ ଥିବା ଗ୍ରାହକମାନଙ୍କ ଟେଲିଫୋନରେ ଇନକମିଙ୍ଗ ନଥିବା ବେଳେ ଡାଏଲ ଟୋନ ମଧ୍ୟ ରହୁ ନାହିଁ କେଉଁ ପରିସ୍ଥିତିରେ ଗ୍ରାହକମାନଙ୍କ ଟେଲିଫୋନ ଠିକ ଅଛି କି ନାହିଁ ତାହା ମଧ୍ୟ ଜାଣିବା କଷ୍ଟକର ବ୍ୟାପାର ହୋଇ ପଡିଛି।

prayash

ଅନ୍ୟ ପକ୍ଷରେ କାହିଁକି ଏହି ସେବାରେ ଯୋଗାଇବାରେ ବିଭାଗୀୟ ଅଧିକାରୀ ତତ୍ପର ହେଉ ନାହାନ୍ତି ବୋଲି ପ୍ରଶ୍ନରେ ଚାନ୍ଦବାଲି ଏସଡିଓ ନିଜର ଅକ୍ଷମତା ପ୍ରକାଶ କରିବା ସହ ଡାଏଲ ଟୋନ ପାଇଁ ଥିବା କାର୍ଡଟି ଦୀର୍ଘ ୩ବର୍ଷ ହେବ ନଷ୍ଟ ହୋଇ ଯାଇଛି ଏବଂ ଏହି କାର୍ଡ କେବେ ମିଳିବ ଏବଂ କେଉଁଠାରୁ ମିଳିବ ତାହା କହିବା କଷ୍ଟକର ବ୍ୟାପାର ବୋଲି ମତ ରଖିଛନ୍ତି। ଅନ୍ୟ ପକ୍ଷରେ ସମସ୍ତ ବ୍ରଡବ୍ୟାଣ୍ଡ ଗ୍ରାହକ ଭାରତ ଫାଇବର ବ୍ରଡବ୍ୟାଣ୍ଡ ସେବା ନେବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଏହି ସେବା ଧାମରାରେ ଉପଲବଦ୍ଧ ହୋଇନାହିଁ, ଏହି ସେବା ଯୋଗାଇବା ପାଇଁ ପ୍ରାଇଭେଟ ଏଜେନ୍ସି ଠିକ ହେଲେ ଏହି ସେବା ଯୋଗାଇ ଦିଆଯିବ ବୋଲି ବାଲେଶ୍ୱର ଟେଲିକମର ସାଧାରଣ ପରିଚାଳକ କହୁଥିବା ବେଳେ କେବେ ଏହି ସେବା ଉପଲବଦ୍ଧ ହେବ ସେ ପ୍ରଶ୍ନକୁ ଏଡାଇ ଯାଇଥିଲେ। କଣ ସତରେ ପ୍ରାଇଭେଟ ଟେଲିକମ ଅପରେଟରଙ୍କ ଚାପରେ ଏହି ସେବା ଉପଲବଦ୍ଧ ହୋଇ ପାରୁନାହିଁ ଅଥବା ବିଭାଗୀୟ କର୍ମଚାରୀଙ୍କ ମନମାନୀରେ ବିଭାଗ ଚାଲିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ହୋଇ ପଡିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଧାମରା ଟେଲିଫୋନ ଏକ୍ସଚେଞ୍ଜର ୨ଟି ଲାଇନ ଅଛି ଗୋଟିଏ ଭାୟା ବାସୁଦେବପୁର ହୋଇଥିବା ବେଳେ ଅନ୍ୟଟି ଭାୟା ଚାନ୍ଦବାଲି ହୋଇ ରହିଛି ମାତ୍ର ୨ ଦିନ ହେବ ଏହି ୨ଟି ଲାଇନରେ ଦୋଷ ଦେଖା ଯାଇଥିବା ବେଳେ ଏହା ସୁଧାରିବାରେ ତ୍ରୁଟି କେଉଁଠି ?

kalyan agarbati

Comments are closed.