www.samajalive.in
Monday, December 15, 2025
14.1 C
Bhubaneswar

ଲକ୍-ଡାଉନ୍‌ରେ କ’ଣ କରୁଛନ୍ତି ବ୍ରିଟେନ୍‌ବାସୀ ?

ଦ୍ବିତୀୟ ପର୍ଯ୍ୟାୟ ଲକ୍‌-ଡାଉନ୍ କଡ଼ା କଟକଣାରେ ବ୍ରିଟେନ୍‌ରେ ଚାଲିଛି। ସେଠା ପ୍ରଶାସନ ଅନୁସାରେ, ସ୍ଥାନୀୟ ଲୋକଙ୍କ ଅମାନିଆ ପ୍ରକୃତି ସହ କରୋନାର ବର୍ଦ୍ଧିତ ସଂଖ୍ୟା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ବ୍ରିଟେନ୍‌‌ରେ କିଛିଦିନ ତଳେ ଏକ ସର୍ବେକ୍ଷଣ ହୋଇଥିଲା। ଏଇ ସମୟରେ ପିଲାଠାରୁ ବୟସ୍କ କିଭଳି ସମୟ ଅତିବାହିତ କରୁଛନ୍ତି, ତାହା ଅନୁଧ୍ୟାନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କର ଅନ୍‌‌ଲାଇନ୍‌ କ୍ଲାସ୍‌ରେ ପୂର୍ବଭଳି ଆଗ୍ରହ ନାହିଁ। ଘରେ ବନ୍ଦ ରହି ସେମାନଙ୍କ ମାନସିକ ସ୍ଥିତି ମଧ୍ୟ ପ୍ରଭାବିତ ହେଲାଣି। ଅନ୍ୟପାଖେ ପିଲାଙ୍କୁ ଅନ୍‌ଲାଇନ୍ ଗେମ୍ ସହ ଚିତ୍ର ଆଙ୍କିବାକୁ ପରାମର୍ଶ ବାପା-ମା’ ଦେଉଛନ୍ତି। ଯୁବପିଢ଼ି ‘ୱାର୍କ ଫ୍ରମ୍ ହୋମ୍’ରେ ବ୍ୟସ୍ତ ଥିବାବେଳେ ବୟସ୍କପିଢ଼ି ଏଇ ସମୟରେ ‘କ୍ରସ୍ ୱାର୍ଡ ପଜଲ୍’ ଖେଳୁଥିବାର ପ୍ରକାଶ। ବ୍ରିଟେନ୍‌ରେ ଘରେଘରେ ଏବେ ଲୋକେ ଏସବୁ ପଜଲ୍ ଖେଳି ସମୟ ଅତିବାହିତ କରୁଛନ୍ତି। କ୍ରସ୍ ୱାର୍ଡ ପଜଲ୍ ଅନ୍‌ଲାଇନ୍‌ରେ ଖେଳୁଥିବାର ବୟସ୍କ ବନ୍ଧୁମାନେ ଗୋଟିଏ ସମୟରେ ଏକାଠି ହୋଇ ଖେଳୁଛନ୍ତି। ଶାରୀରିକ ଭାବେ ସେମାନେ ପରସ୍ପରଠାରୁ ଦୂରରେ ଥିବାବେଳେ ମନ କିନ୍ତୁ ଏଇ ଅନ୍-ଲାଇନ୍‌ ଗେମ୍ ହିଁ ମିଶାଇ ଦେଉଛି।

– ଲଣ୍ଡନ ବାସିନ୍ଦା ୭୨ ବର୍ଷୀୟା ମାର୍ଗାରେଟ୍‌ କହିଛନ୍ତି, ଏ ସମୟ କିଭଳି ଶୀଘ୍ର ଅତିବାହିତ ହେବ, ତାହା ହିଁ ଈଶ୍ବରଙ୍କ ପାଖେ ପ୍ରାର୍ଥନା। ସେ ମଧ୍ୟ କ୍ରସ୍‌ ୱାର୍ଡ ପଜଲ୍ ଖେଳି ସମୟ ଅତିବାହିତ କରୁଥିବାବେଳେ ଏହା ତାଙ୍କୁ ଖୁବ୍ ମଜାଦାର୍ ଲାଗୁଛି।
– ବିଭିନ୍ନ ବର୍ଗର ଲୋକ ସେମାନଙ୍କ କାମ ଅନ୍‌ଲାଇନ୍‌ରେ ଚଲାଇଥିବାବେଳେ ଏଇ ସମୟରେ କିନ୍ତୁ ରୋଷେୟା କାମ କରୁଥିବା ବ୍ୟକ୍ତିମାନେ ଅଧିକ ହଇରାଣ ହେଉଥିବାର ଜଣାପଡ଼ିଛି। ବ୍ରିଟେନ୍‌ ପରି ଧନୀ ରାଷ୍ଟ୍ରରେ ସମ୍ଭ୍ରାନ୍ତ ବର୍ଗର ଲୋକ ରୋଷେୟା ରଖିବାକୁ ପସନ୍ଦ କରନ୍ତି। ସେଠାରେ ରୋଷେୟାଙ୍କ ପାଉଣା ମଧ୍ୟ କିଛି କମ୍ ନୁହେଁ। ହେଲେ ଏଇ ଦ୍ବିତୀୟ ପର୍ଯ୍ୟାୟ ଲକ୍‌-ଡାଉନ୍‌ରେ ସେମାନେ ପୁଣି ହାତ ବାନ୍ଧି ବାସିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories