www.samajalive.in
Sunday, December 7, 2025
23.1 C
Bhubaneswar

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ: ଶ୍ବଶୁର ଘର ଲୋକ ଫେରାର୍‌

ମାଲକାନଗିରି: ମାଲାକାନଗିରି ଜିଲ୍ଲା ସଦର ପାପଡାହାଣ୍ଡି ଗାଁରେ ଅଭାବନୀୟ ଘଟଣା ଘଟିଛି। ଯୌତୁକ ପାଇଁ ଜଣେ  ନବବଧୂକୁ ଶ୍ବଶୁର ଘର ଲୋକ ତଣ୍ଟି ଚିପି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତକ ଗୀତା ସେଠି ବୋଲି ଜଣାପଡିଛି। ସୂଚନା ଅନୁସାରେ ଗତ ଜୁଲାଇ ମାସରେ ଗୀତା ପାପଡାହାଣ୍ଡି ଗାଁର ସୁଦାମ ସେଠିଙ୍କୁ ବିବାହ କରିଥିଲେ। ବାହାଘରର କିଛି ଦିନ ପରେ ଗୀତାଙ୍କୁ ଯୌତୁକଜନିତ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଏ ନେଇ ଗୀତା ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ । ହେଲେ କିଛି ଦିନ ପରେ ଗୀତା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଶ୍ବଶୁର ଘର ଲୋକ ଗୀତାଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ। ଗୀତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିବାବେଳେ ଶ୍ବଶୁର ଘର ଲୋକ ଫେରାର ଥିବା ଜଣାପଡିଛି। ସେପଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories