www.samajalive.in
Saturday, December 6, 2025
16.1 C
Bhubaneswar

ନିୟମିତ ପାଉଁରୁଟି ଖାଉଛନ୍ତି କି ? ସାବଧାନ ….

ସଭିଁଙ୍କ କର୍ମବ୍ୟସ୍ତ ଜୀବନ କାରଣରୁ ଓ ସମୟର ଅଭାବରୁ ବର୍ତ୍ତମାନ ସକାଳର ଜଳଖିଆରେ ରୁଟି ଓ ଅନ୍ୟାନ୍ୟ ଖାଦ୍ୟ ବ୍ୟତୀତ ପାଉଁରୁଟି-ବଟର ଆଦି ଖାଉଥିବା ଦେଖାଯାଉଛି। ଦୁଇ ମିନିଟରେ ଏହି ଖାଦ୍ୟ ପ୍ରସ୍ତୁତ ହୋଇ ଯାଉଥିବାରୁ ଅଧିକାଂଶ ଲୋକେ ଏହାକୁ ଖାଇବାକୁ ପସନ୍ଦ କରୁଥିବା ଦେଖାଯାଉଛି। ମାତ୍ର ସ୍ୱାସ୍ଥ୍ୟ ଉପରେ ଏହା କି ପ୍ରଭାବ ପକାଇଥାଏ,ତାହା ହୁଏତ ସଭିଁଙ୍କୁ ଜଣାନଥିବ। ସ୍ୱାସ୍ଥ୍ୟ ପାଇଁ ଏହା କ୍ଷତିକାରକ ହେବା ସହ ଅନେକ ରୋଗର ଏହା କାରଣ ପାଲଟିଥାଏ।
ଧଳା ପାଉଁରୁଟି ମଇଦାରୁ ପ୍ରସ୍ତତ। ନିୟମିତ ଓ ଅଧିକ ପରିମାଣରେ ଏହାର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ। ଜାଣନ୍ତୁ….
ଧଳା ପାଉଁରୁଟିରେ ଫାଇବରର ମାତ୍ରା ଖୁବ କମ। ଫଳରେ ଖାଦ୍ୟ ଭଲ ଭାବେ ହଜମ ହୋଇପାରି ନଥାଏ। ଏହାସହ କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।
ସ୍ୱାସ୍ଥ୍ୟ ଉପରେ ହୋଇଥିବା ଗବେଷଣା ଅନୁଯାୟୀ, ଯେଉଁମାନେ ନିଜର ଓଜନ ହ୍ରାସ କରିବାକୁ ଇଚ୍ଛୁକ ନିଜ ଖାଦ୍ୟରୁ ପାଉଁରୁଟିକୁ ସମ୍ପୂର୍ଣ୍ଣ ଦୂରେଇ ଦିଅନ୍ତୁ। ଧଳା ପାଉଁରୁଟିର ଅଧିକ ସେବନ ରକ୍ତରେ ଶର୍କରାର ମାତ୍ରାକୁ ବୃଦ୍ଧି କରିଥାଏ। ଏହାସହ ଅତ୍ୟଧିକ ପାଉଁରୁଟିର ସେବନ କରିବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ଦ୍ରୁତ ଗତିରେ ହ୍ରାସ ଓ ବୃଦ୍ଧି ହୋଇଥାଏ। ଏହାଦ୍ୱାରା ଅଧିକ ଓ ବାରମ୍ବାର ଭୋକ ହୋଇଥାଏ। ଫଳରେ ମୋଟାପଣ ବୃଦ୍ଧି ହୋଇଥାଏ।
ନିୟମିତ ପାଉଁରୁଟି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଓ ରୋଗ ହୋଇଥାଏ। ପେଟରେ ଯନ୍ତ୍ରଣା,ବାନ୍ତି ଭଳି ଅନେକ ସମସ୍ୟା ହୋଇଥାଏ। ମାଟିଆ ପାଉଁରୁଟି ତୁଳନାରେ ଧଳା ପାଉଁରୁଟିରେ ଫାଇବର ଖୁବ କମ୍‍ ଥାଏ।
ଅତ୍ୟଧିକ ପାଉଁରୁଟି ଖାଇଲେ ଖାଦ୍ୟନଳୀରେ ଛିଦ୍ର ହେବାର ସମ୍ଭାବନା ମଧ୍ୟ ଥାଏ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories