ଫୁଲବାଣୀ : ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବର ବିଭିନ୍ନ ଅଭାବ ଅସୁବିଧାକୁ ହୃଦୟଙ୍ଗମ କରି କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଵ୍ୟକ୍ତିଗତ ଭାବେ ଏକଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏ ନେଇ ସାଂସଦ ପ୍ରତିନିଧି ଦେବେନ୍ଦ୍ର ସାମଲ ସୂଚନା ଦେଇଛନ୍ତି । ଫଳରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା ଓ ଅନ୍ୟ ସଦସ୍ୟ ମ।ନେ କୃତଜ୍ଞତା ଜଣାଇଛନ୍ତି । ଏହି ଅର୍ଥରେ ପ୍ରେସ୍ କ୍ଲବର ଆବଶ୍ୟକୀୟ ସରଞ୍ଜାମ କିଣାଯିବ । ନିକଟରେ ସାଂସଦ ଡ଼ଃ.ସାମନ୍ତ ପ୍ରେସ କ୍ଲବର ଅତିରିକ୍ତ ଗୃହ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଥିବା ଅବସରରେ ପ୍ରେସ କ୍ଲବ ପକ୍ଷରୁ ଅନୁରୋଧ କରାଯାଇଥିଲା । ଆଗକୁ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ ଜାରୀ ରହିବ ବୋଲି ସାଂସଦ ଡ଼ଃ. ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି ।
Popular Categories



