www.samajalive.in
Monday, December 15, 2025
17.1 C
Bhubaneswar

ବ୍ରହ୍ମପୁରରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳନ

ଗୋପାଳପୁର: ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ବିଜେଡ଼ିର ଜିଲ୍ଲା ଯୁବ ସଭାପତି ଭବାନୀ କାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଶତାଧିକ କର୍ମୀ ଉପସ୍ଥିତ ରହି ବିଶ୍ଵବିଦ୍ୟାଳୟ ପରିସରରେରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଦଳକୁ ସୁଦୃଢ଼ କରିବାକୁ କହିଥିଲେ। ଏଥିରେ ଯୁବ ନେତ ଏମ୍. ଶିବ ପାତ୍ର, ଲଲାଟ କୁମାର ଗୌଡ଼, ନଳିନୀ କାନ୍ତ ବିଷୋୟୀ, ବାଳକୃଷ୍ଣ, କୁମାର ନାୟକ, ଚନ୍ଦନ, ପିଣ୍ଟୁ ନାୟକ, ରୁଦ୍ର, କ୍ରିଷ୍ଣା, ହେମନ୍ତ, ଲଳିତ, ରବି ସାମଲଙ୍କ ସମେତ ବହୁ ଯୁବ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ। ସେହିପରି ରଙ୍ଗେଇଲୁଣ୍ଡା ପଞ୍ଚାୟତରେ ସରପଞ୍ଚ ବି. ଚାନ୍ଦ୍ରେୟା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା। ଏହି ଅବସରରେ ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ଗ୍ରାମର ବହୁ ବିଜେଡି କର୍ମୀ ଯୋଗ ଦେଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏଥିରେ ଏସ.ରାମାରାଓ, ରାମହରି ଦାସ, ସୂର୍ଯ୍ୟ ଗୌଡ, ରଙ୍ଗନାଥ ପଣ୍ଡା, ଶରତ ମହାଙ୍କୁଡ଼, ଶସିତ ସାହୁ, ମାମି ଦାସ, ଉଷା ରାଣୀ, ରେଣୁକା ରେଡ୍ଡୀ, ନାର୍ଷମା ରେଡ୍ଡୀଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories