ନବରଙ୍ଗପୁର ବ୍ରାହ୍ମଣ ସମାଜର ଜିଲାସ୍ତରୀୟ ସମ୍ମିଳନୀ

ନବରଙ୍ଗପୁର: ସ୍ଥାନୀୟ ବୈଭବ କଲ୍ୟାଣ ମଣ୍ଡପଠାରେ ନବରଙ୍ଗପୁର ବ୍ରାହ୍ମଣ ସମାଜର ଜିଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜର ସଭାପତି ସୁରେଶ ଚନ୍ଦ୍ର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ଵଳନ ସହିତ ବେଦ ମନ୍ତ୍ର ପାଠ ଗୁପ୍ତ ପ୍ରସାଦ ଷଡଙ୍ଗୀ ଓ ସରୋଜ କୁମାର ତ୍ରିପାଠୀ କରିଥିଲେ । ଏହାପରେ ଡକ୍ଟର ବିଜୟ କୁମାର ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଏହି ସଭାକୁ ପରିଚାଳନା କରିଥିଲେ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା। ଏହାପରେ ବିଗତ ଦିନରେ କିଛି ବରିଷ୍ଠ ନେତୃବୃନ୍ଦ ଇହଲୀଳା ସମ୍ବରଣ କରିଥିବାରୁ ତାଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ସଂପାଦକ ମୃତ୍ୟୁଞ୍ଜୟ ଦାଶ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କର୍ମକର୍ତ୍ତା ନନ୍ଦାହାଣ୍ଡି ବ୍ଳକ-ଶରତଚନ୍ଦ୍ର ଦାଶ, ତେନ୍ତୁଳିଖୁଣ୍ଟି-ବିଷ୍ଣୁ ଦାଶ, ନବରଙ୍ଗପୁର-ପଞ୍ଚାନନ ତ୍ରିପାଠୀ, ପାପଡାହାଣ୍ଡି-ନୀଳକଣ୍ଠ ତ୍ରିପାଠୀ, ଡାବୁଗାଁ-ଧିରେନ୍ଦ୍ର ତ୍ରିପାଠୀ, କୋଷାଗୁମୁଡ଼ା-କୁଞ୍ଜ ବିହାରୀ ଦାଶ, ଉମରକୋଟ-ସତ୍ୟ ନାରାୟଣ ମିଶ୍ର, ରାଇଘର-ସନତ କୁମାର ପ୍ରହରାଜ ଏବଂ ଚନ୍ଦାହାଣ୍ଡି-ଦୂତୀ ବାହନ ଖମାରୀ ନିଜର ବକ୍ତବ୍ୟରେ ବ୍ଲକ ସମାଜର କାର୍ଯ୍ୟାବଳି ଉପରେ ଆଲୋକପାତ କରିଥିଲେ । ଏହା ସହିତ ଉପଦେଷ୍ଟା ଝାଡେଶ୍ବର ଖାଡ଼ଙ୍ଗା ଓ ଶଶାଙ୍କ ଶେଖର ତ୍ରିପାଠୀ ନିଜର ବକ୍ତବ୍ୟ ମାଧ୍ୟମରେ ସମାଜର ସୃଦଢ ଉପରେ ଆଲୋକପାତ କରିଥିଲେ ।ଏହା ସହିତ ବ୍ରାହ୍ମଣ ସମାଜର ମହିଳା ସଭାନେତ୍ରୀ ସାବିତ୍ରୀ ରଥ ଓ ସଂପାଦିକ। ରେଣୁକା ଆଚାର୍ଯ୍ୟ ନିଜ ନିଜ ବକ୍ତବ୍ୟରେ ମହିଳା ସମାଜର ସଶକ୍ତିକରଣ ଉପରେ ଆଲୋଚନା କରିଥିଲେ । ଏହାପରେ ମୁଖ୍ୟବକ୍ତା ପଣ୍ଡିତ କୈଳାସ ଚନ୍ଦ୍ର ପାଣିଗ୍ରାହୀ ନିଜର ବକ୍ତବ୍ୟରେ ବ୍ରାହ୍ମଣ ପରିବାର ସମସ୍ୟା ସମାଧାନ ସହିତ ସମାଜ ଆଗେଇ ନେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ସଭାପତି ସୁରେଶ ତ୍ରିପାଠୀ ନିଜ ବକ୍ତବ୍ୟ ମାଧ୍ୟମରେ ସମାଜର ଏକତା ଓ ଅଖଣ୍ଡତା ଉପରେ ଆଲୋଚନା ମାଧ୍ୟମରେ ମାର୍ଗଦର୍ଶନ କରିଥିଲେ ।

prayash

ଏହି ଅବସରରେ ଜିଲ୍ଲାର ୧୦ ଜଣ ବାହ୍ମଣ ପ୍ରତିଭାଙ୍କୁ ସମ୍ମାନିତ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ନବରଙ୍ଗପୁର ସହର-କୁମାରୀ ବନିତା ଦାସମହାପାତ୍ର ଓ ଶକ୍ତି ମହାପାତ୍ର, ପାପଡାହାଣ୍ଡି-ପ୍ରକାଶ ଚନ୍ଦ୍ର ମିଶ୍ର, ଉମରକୋଟ-ଅପ୍ରିତ ପାଣିଗ୍ରାହୀ, ତେନ୍ତୁଳିଖୁଣ୍ଟି-କୃଷ୍ଣ ଦାଶ, କୋଷାଗୁମୁଡା-କୁଞ୍ଜ ବିହାରୀ ଦାଶ, ଡାବୁଗାଁ-କାଶିନାଥ ତ୍ରିପାଠୀ, ନନ୍ଦାହାଣ୍ଡି-ଅନଙ୍ଗ କୁମାର ରଥ, ଚନ୍ଦାହାଣ୍ଡି-କିଶୋର କୁମାର ଖମାରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହା ସହିତ ନବରଙ୍ଗପୁର ପୌରପାଳିକାର ନବ ନବନିର୍ବାଚିତ ମହିଳା ଉପାଧ୍ୟକ୍ଷା ସୌମ୍ୟା ମହାପାତ୍ର ଓ କାଉନସିଲର ରଞ୍ଜିତା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଗଣେଶ୍ଵର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ପଦାଧିକାରୀ କୃଷ୍ଣ ଚନ୍ଦ୍ର ନନ୍ଦ, ପ୍ରମୋଦ ଦାଶ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଶିବ ଶଙ୍କର ପାଢୀ, ରମଣୀ ରଞ୍ଜନ ତ୍ରିପାଠୀ, ଗଙ୍ଗାଧର ସାମନ୍ତରାୟ, ରବି ପ୍ରସାଦ ପାଢି, ପିଣ୍ଟୁ ମିଶ୍ର, ବୃନ୍ଦାବନ ତ୍ରିପାଠୀ, ସରୋଜ ପାତ୍ର, ଜିତେନ୍ଦ୍ର ରଥ, ଶିବ ଷଡ଼ଙ୍ଗୀ, କୌଳାସ ପାଣିଗ୍ରାହୀ ଓ ସ୍ଵାଧୀନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

 

 

 

kalyan agarbati

Comments are closed.