www.samajalive.in
Sunday, December 7, 2025
26.1 C
Bhubaneswar

ବିକାଶ ଦୁବେର ମୂର୍ତ୍ତି ସ୍ଥାପନ କରିବ ବ୍ରାହ୍ମଣ ମହାସଭା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ବ୍ରାହ୍ମଣମାନଙ୍କ ଭୋଟ ହାତେଇବାକୁ ବିଭିନ୍ନ ରାଜନୈତିକ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଦେଇଥିବାବେଳେ ପ୍ରକାଶ ଦୁବେ ବିକାଶ ଦୁବେ ଏବଂ ପ୍ରକାଶ ଶୁକ୍ଳାଙ୍କ ଭଳି ଅପରାଧୀଙ୍କ ମୂର୍ତ୍ତି ସ୍ଥାପନ କରିବାକୁ ଅଖିଳ ଭାରତ ବ୍ରାହ୍ମଣ ସମାଜ ଏବେ ଦାବି ଉଠାଇଛି । ସେମାନଙ୍କର ଯୁକ୍ତି ଯେ ଡାକୁ ଫୁଲନ ଦେବୀଙ୍କର ମୂର୍ତ୍ତି ଯଦି ସ୍ଥାପନ କରାଯାଇପାରିଲା, ତେବେ ବିକାଶ ଦେୁବଙ୍କ ମୂର୍ତ୍ତି କାହିଁକି ସ୍ଥାପନ କରାନଯିବ । ସୂଚନାଯୋଗ୍ୟ ଯେ ବିକାଶ ଦୁବେ ଏବଂ ପ୍ରକାଶ ଶୁକ୍ଳା ବ୍ରାହ୍ମଣ ସଂପ୍ରଦାୟର ଥିଲେ ।

ଅଖିଳ ଭାରତ ବ୍ରାହ୍ମଣ ସମାଜର ସଭାପତି ରାଜେନ୍ଦ୍ର ନାଥ ତ୍ରିପାଠୀ କହିଛନ୍ତି, ବିକାଶ ଦୁବେ ଏବଂ ପ୍ରକାଶ ଶୁକ୍ଳା ସେମାନଙ୍କ ପାଇଁ ମହାନ ବ୍ୟକ୍ତି ଥିଲେ । ସେମାନେ ବ୍ରାହ୍ମଣ ସମାଜ ପାଇଁ ପ୍ରେରଣାର ଉତ୍ସ ଥିଲେ । ସୂଚନାଯୋଗ୍ୟ ଯେ ବିକାଶ ଦୁବେ ୨୦୨୦ରେ କାନପୁରରେ ପୁଲିସ ସହିତ ଗୁଳି ବିନିମୟରେ ପ୍ରାଣ ହରାଇଥିବାବେଳେ ପ୍ରକାଶ ଶୁକ୍ଳାଙ୍କୁ ୧୯୯୮ରେ ଘାଜିଆବାଦରେ ଉତ୍ତର ପ୍ରଦେଶର ଏସଟିଏଫ ଗୁଳି କରି ମାରିଦେଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରକାଶ ଶୁକ୍ଳା ଉତ୍ତରପ୍ରଦେଶ ଗୋରଖପୁରରେ ଜଣେ କୁଖ୍ୟାତ ଅପରାଧୀ ଭାବେ ଭାବରେ ପରିଚିତ ଥିଲେ ଏବଂ ଉତ୍ତର ପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ ହତ୍ୟା କରିବାକୁ ସେ ୬ କୋଟି ଟଙ୍କାର ସୁପାରି ନେଇଥିବା ଅଭିଯୋଗ ହୋଇଥିଲା । କାନପୁରର ବରୁଆ ଖୁର୍ଦ ଗ୍ରାମରେ ଭଗବାନ ପରଶୁରାମ ଏବଂ ଶିବଙ୍କ ମନ୍ଦିର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଅଂଶଗ୍ରହଣ କରିବା ସମୟରେ ରାଜେନ୍ଦ୍ର ନାଥ ତ୍ରିପାଠୀ ଏଭଳି ଦାବି ଉଠାଇଛନ୍ତି । ସେ କହିଛନ୍ତି, ବିକାଶ ଦୁବେଙ୍କୁ ପୁଲିସ ଗୁଳିକରି ମାରିଦେବା ଘଟଣାରେ ଅଧିକାଂଶ ବ୍ରାହ୍ମଣ ନେତା ଯୋଗୀ ଆଦିତ୍ୟ ନାଥଙ୍କ ସରକାରକୁ ନେଇ ନାରାଜ ଅଛନ୍ତି । ଅନ୍ୟ ରାଜନୈତିକ ଦଳଗୁଡିକ ମଧ୍ୟ ବ୍ରାହ୍ମଣଙ୍କ ବିରୁଦ୍ଧରେ ଚାଲିଥିବା ଏଭଳି କାର୍ଯ୍ୟାନୁଷ୍ଠାନକୁ ରୋକିବାରେ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ସେ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ବିକାଶ ଦୁବେ ଏବଂ ପ୍ରକାଶ ଶୁକ୍ଳାଙ୍କ ପ୍ରତି ଅନ୍ୟାୟ କରାଯାଇଛି । ସେମାନେ ଯଦି ଦୋଷୀ, ତେବେ ଅଦାଲତରେ କାହିଁକି ସେମାନଙ୍କର ବିଚାର କରାଗଲା ନାହିଁ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories