www.samajalive.in
Sunday, December 7, 2025
26.1 C
Bhubaneswar

ହିନ୍ଦୁ ଧର୍ମରେ ବ୍ରହ୍ମ ମୁହୂର୍ତ୍ତର ବିଶେଷ ମହତ୍ତ୍ବ

ହିନ୍ଦୁ ଧର୍ମରେ ମୁହୂର୍ତ୍ତର ବିଶେଷ ମହତ୍ତ୍ବ ରହିଛି। ଅଧିକତଃ ଦେଖାଯାଇଥାଏ ଯେ, କିଛି ଲୋକ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ମୁହୂର୍ତ୍ତ ବାହାର କରିଥାଆନ୍ତି। କୁହାଯାଇଛି ଯେ, ପ୍ରତ୍ୟେକ କାମ କରିବା ପାଇଁ ଏକ ଶୁଭ ସମୟ ରହିଛି। ତେଣୁ ଏହି କାରଣରୁ ମୁହୂର୍ତ୍ତ ବାହାର କରାଯାଏ। ଜ୍ୟୋତିଷଙ୍କ ଅନୁସାରେ, ୨୪ ଘଣ୍ଟାରେ ୩୦ଟି ମୁହୂର୍ତ୍ତ ରହିଛି। ସୂର୍ଯ୍ୟ ଉଦୟ ପୂର୍ବରୁ ଦୁଇଟି ମୁହୂର୍ତ୍ତ ରହିଛି। ପ୍ରଥମଟି ବିଷ୍ଣୁ ମୁହୂର୍ତ୍ତ ଓ ଦ୍ବିତୀୟଟି ବ୍ରହ୍ମ ମୁହୂର୍ତ୍ତ।

ସକାଳ ୪.୨୪ ଠାରୁ ୫.୧୨ ସମୟକୁ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ। ଜ୍ୟୋତିଷମାନେ ଏହି ମୁହୂର୍ତ୍ତ ସମ୍ବନ୍ଧ​‌ରେ କହିଛନ୍ତି ଯେ, ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଦ୍ବାରା ବୁଦ୍ଧି, ବଳ, ସୌନ୍ଦର୍ଯ୍ୟ ଓ ସ୍ବାସ୍ଥ୍ୟ ପ୍ରାପ୍ତି ହୋଇଥାଏ। ଏହି ମୁହୂର୍ତ୍ତରେ ପରିବେଶରେ ଅମ୍ଳଜାନର ସ୍ତର ଅଧିକ ରହିଥାଏ। ଯଦି ବ୍ରହ୍ମ ମୁହୂର୍ତ୍ତରେ ବ୍ୟାୟାମ କରାଯାଏ ତେବେ ଶରୀରକୁ ଶୁଦ୍ଧ ଅମ୍ଳଜାନ ମିଳିଥାଏ। ଏହାଦ୍ବାରା ଶରୀରକୁ ଶକ୍ତି ମିଳିବା ସହ ରକ୍ତ ଶୁଦ୍ଧ ରହିଥାଏ। ଏହି ସମୟରେ ବ୍ୟାୟାମ କରିବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ।

- Advertisement -

ବ୍ରହ୍ମ ମୁହୂର୍ତ୍ତରେ ବିଦ୍ୟାର୍ଥୀମାନେ ପାଠ ପଢିବା ଉତ୍ତମ ଅଟେ। ଏହି ସମୟରେ ମସ୍ତିଷ୍କ ସତେଜ ଥାଏ ଓ ପାଠ ପଢିବା ପାଇଁ ମନ ଲାଗେ। ଏହି ସମୟରେ ମନ ଶାନ୍ତି ରହିଥିବା କାରଣରୁ କୌଣସି ପ୍ରକାରର ଖରାପ ବିଚାର ଆସେ ନାହିଁ। ଏହାଦ୍ବାରା ପାଠ ପଢିବା ପାଇଁ ଏକାଗ୍ରତା ସୃଷ୍ଟି ହୋଇଥାଏ। ଏବଂ ପଢିଥିବା ପାଠ ଅଧିକ ସମୟ ଧରି ମନେ ରହିଥାଏ।

କିନ୍ତୁ ଏହି ମୁହୂର୍ତ୍ତରେ କିଛି ଏପରି କାମ ରହିଛି ଯାହା କରିବା ଅଶୁଭ ଅଟେ। ଏହି ମୁହୂର୍ତ୍ତରେ ନକରାତ୍ମକ ବିଚାର ମନରେ ଆଣିବା, ନିଦ୍ରା ଓ କୌଣସି ସ୍ଥାନକୁ ଯାତ୍ରା କରିବା ଉଚିତ ନୁହେଁ। ଏପରି କରିବା ଅଶୁଭ ଅଟେ। ବ୍ରହ୍ମ ମୁହୂର୍ତ୍ତରେ ସର୍ବଦା ଭଗବାନଙ୍କୁ ସ୍ମରଣ କରିବା ଉଚିତ।

 

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories