www.samajalive.in
Saturday, December 6, 2025
26.1 C
Bhubaneswar

ଘର ସହ ନଦୀରେ ଭାସିଗଲେ ୬ ଜଣ, ଉଦ୍ଧାର କାର୍ଯ୍ୟ ଜାରି

ବ୍ରହ୍ମପୁର : ସାମୁଦ୍ରିକ ଝଡ଼ ’ତିତଲି’ ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ସୋରଡା ଗାଜଲବାଡି ପଞ୍ଚାୟତ ପଙ୍କାଳସାହୀ ଗାଁରେ ବନ୍ୟା ଜଳ ପ୍ରବେଶ କରିଛି । ଏହି ବନ୍ୟା ପାଣିରେ ଏକ ଘର ଭାସିଯିବାରୁ ସେଥିରେ ଥିବା ୬ ଜଣ ଲୋକ ନିଖୋଜ ହୋଇଯାଇଛିନ୍ତି । ପଙ୍କାଳସାହୀ ଗାଁ ନିକଟ ଅଡାଙ୍ଗି ନଦୀରେ ଘରଟି ଭସିଯାଇଥିବା ସୂଚନା ମିଳିଛି । ନିଖୋଜଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ସଦସ୍ୟ, ସ୍ୱାମୀ-ସ୍ତ୍ରୀ ଓ ପୁଅ-ବୋହୂ ଥିବା ବେଳେ ସେହି ଘରେ ଆଶ୍ରୟ ନେଇଥିବା ଅନ୍ୟ ୨ ଜଣ ଲୋକ ମଧ୍ୟ ନିଖୋଜ ହୋଇଯାଇଛନ୍ତି । ଗୁରୁବାର ପୂର୍ବାହ୍ମରେ ଏହି ଅଘଟଣ ଘଟିଥିବା ବେଳେ ଦିନ ୧୨ଟାରୁ ନିଖୋଜ ସମସ୍ତଙ୍କୁ ଉଦ୍ଧାର ଲାଗି ପ୍ରୟାସ ଜାରି ରହିଛି । କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ କୁଲାଙ୍ଗେ କହିଛନ୍ତି । ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି।

 

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories