nua o banner

ବୟକଟ୍‌, ଷ୍ଟ୍ରସ୍‌ଙ୍କୁ ନାଇଟ୍‌ହୁଡ୍‌

BJD Bijuli 480×75 Mob
0

ଲଣ୍ଡନ୍‌  : ଇଂଲଣ୍ଡର ପୂର୍ବତନ କ୍ରିକେଟର୍‌ ଜେଫ୍ରି ବୟକଟ୍‌ ଓ ଆଣ୍ଡ୍ର୍ୟୁ ଷ୍ଟ୍ରସ୍‌ଙ୍କୁ ନାଇଟ୍‌ହୁଡ୍‌ ପ୍ରଦାନ କରାଯାଇଛି। ଇଂଲଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଟେରେସା ମେ’ ଏହି ଦୁଇ କ୍ରିକେଟର୍‌ଙ୍କୁ ନାଇଟ୍‌ହୁଡ ପାଇଁ ମନୋନୀତ କରିଥିଲେ।
ଜଣେ ଜଣାଶୁଣା କ୍ରିକେଟର୍‌ ଭାବେ ବୟକଟ୍‌ ପ୍ରସିଦ୍ଧ। ସେ ଘରୋଇ କ୍ରିକେଟ୍‌ରେ ୧୫୧ଟିରୁ ଅଧିକ ପ୍ରଥମ ଶ୍ରେଣୀ ଶତକ ହାସଲ କରିଛନ୍ତି। ଇଂଲଣ୍ଡ ତରଫରୁ ସେ ୧୦୮ଟି ଟେଷ୍ଟ ଓ ୩୬ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ତେବେ ୧୯୯୮ରେ ଫ୍ରାନ୍‌ସରେ ନିଜ ବାନ୍ଧବୀଙ୍କୁ ମାଡ଼ ମାରିବା ଅଭିଯୋଗରେ ବୟକଟ୍‌ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୭୮ ବର୍ଷୀୟ ବୟକଟ୍‌ କର୍କଟ ରୋଗରେ ପୀଡ଼ିତ। ତାଙ୍କ ହୃଦୟରେ ଅସ୍ତ୍ରୋପଚାର ମଧ୍ୟ ହୋଇଛି।
ଅନ୍ୟପକ୍ଷରେ ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ଷ୍ଟ୍ରସ୍‌ ନିଜ ଦୃଢ଼ ନେତୃତ୍ବ ବଳରେ ଇଂଲଣ୍ଡକୁ ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଥିଲେ। ସେହିପରି ୨୦୧୦-୧୧ରେ ସେ ଇଂଲଣ୍ଡ ଦଳକୁ ଆସେସ୍‌ ସିରିଜ୍‌ ବିଜୟୀ କରାଇବାରେ ସକ୍ଷମ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଇଂଲଣ୍ଡ ପୁରୁଷ କ୍ରିକେଟ୍‌ ଦଳର ନିର୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ୪୨ ବର୍ଷୀୟ ଷ୍ଟ୍ରସ୍‌ଙ୍କ ପତ୍ନୀଙ୍କ ଗତବର୍ଷ କ୍ୟାନ୍‌ସରରେ ପରଲୋକ ହୋଇଯାଇଥିଲା। କ୍ୟାନ୍‌ସର ପୀଡ଼ିତଙ୍କ ଚିକିତ୍ସା ନିମନ୍ତେ ଅର୍ଥ ସଂଗ୍ରହ କରିବା ନିମନ୍ତେ ଷ୍ଟ୍ରସ୍‌ ‘ରୁଥ୍‌ ଷ୍ଟ୍ରସ୍‌ ଫାଉଣ୍ଡେସନ୍‌’ ନାମରେ ଏକ ସ୍ବେଚ୍ଛାସେବୀ ସଂଗଠନ ଚଳାଉଛନ୍ତି।

Leave A Reply