www.samajalive.in
Sunday, December 14, 2025
17.1 C
Bhubaneswar

ଡାଳ ପିଠିରେ ପଶି ବେକରେ ବାହାରିଛି

କେନ୍ଦୁଝର: କେନ୍ଦୁଝର ଘଟଗାଁ ଥାନା ଅନ୍ତର୍ଗତ ଡ଼ାଙ୍ଗରଡ଼ିହା ଗ୍ରାମର ଜଣେ ବାଳକର ପିଠିରେ ଏକ ଗଛର ଡାଳ ପଶିଯାଇଛି । ତାଙ୍କ ନାମ ବିଷ୍ଣୁପ୍ରସାଦ ମହାକୁଡ଼ । ଗୁରୁବାର ଦିନ ଜାମୁ କୋଳି ତୋଳୁଥିବା ବେଳେ ଗଛର ଡାଳ ଭାଙ୍ଗିଯିବାରୁ ସେ ତଳେ ପଡିଯାଇଥିଲେ । ତଳେ ଥିବା ଏକ ଗଛର ଡାଳ ତାଙ୍କ ପିଠିରେ ପଶି ବେକ ବାଟେ ବାହାରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କଟକ ବଡ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ବିଷ୍ଣୁଙ୍କ ପରିବାର ଲୋକଙ୍କ ସୂଚନା ମୁତାବକ, ବିଷ୍ଣୁ ଜାମୁ କୋଳି ଖାଇବାକୁ ୨୦ରୁ ୨୫ ଫୁଟ୍‌ ଉପରକୁ ଚଢ଼ିଥିଲେ । ହଠାତ୍‌ ଡାଳ ଭାଙ୍ଗିଯିବାରୁ ସେ ତଳେ ପଡ଼ିଯାଇଥିଲେ । ଗଛର ଏକ ଡ଼ାଳ ତାଙ୍କ ପିଠିରେ ପଶି ବେକ ବାଟେ ବାହାରିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରାତି ୨ଟାରେ ତାଙ୍କୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories