www.samajalive.in
Saturday, December 13, 2025
27.1 C
Bhubaneswar

ୱକାରଙ୍କୁ ଟପିଲେ ବୋଲ୍‌ଟ

ଘରୋଇ ମାଟିରେ ଦ୍ରୁତତମ ୧୦୦ ୱିକେଟ୍ ହାସଲ କରିବା କ୍ଷେତ୍ରରେ ପାକିସ୍ତାନର ମହାନ୍ ଦ୍ରୁତ ବୋଲର ୱକାର ୟୁନିସ୍‌ଙ୍କୁ ପଛରେ ପକାଇଛନ୍ତି ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍‌ଟ। ଭାରତ ବିପକ୍ଷ ୪ର୍ଥ ଦିନିକିଆ​‌େ​‌ର ବୋଲ୍‌ଟ ଚମତ୍କାର ବୋଲିଂ କରି ୫ଟି ୱିକେଟ୍ ହାସଲ କରିଥିଲେ। ଏହି କ୍ରମରେ ସେ ୱକାରଙ୍କୁ ପଛରେ ପକାଇ ଦେବାକୁ ସକ୍ଷମ ହୋଇଥିଲେ। ସୂଚନାଥାଉକି ୱକାର ଘରୋଇ ମାଟିରେ ୫୩ଟି ଦିନିକିଆ ଖେଳି ୧୦୦ ୱିକେଟ୍ ହାସଲ କରିଥିବା ବେଳେ ବୋଲ୍‌ଟ ୪୯ଟି ମ୍ୟାଚ୍‌ ଖେଳି ୧୦୦ ୱିକେଟ୍ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଗ୍ଲେନ୍‌ ମ୍ୟାକ୍‌ଗ୍ରାଥ ଓ ବ୍ରେଟ୍ ଲି ଘରୋଇ ମାଟିରେ ୫୬ଟି ଲେଖାଏଁ ମ୍ୟାଚ୍‌ ଖେଳି ୧୦୦ଟି ୱିକେଟ୍ ହାସଲ କରିଥିବା ବେଳେ ଦକ୍ଷିଣ ଆଫ୍ରିକାର ସନ୍‌ ପୋଲକ୍‌ ଓ ଏନ୍‌ଟିନି ଯଥାକ୍ରମେ ୬୦ ଓ ୬୧ଟି ମ୍ୟାଚ୍‌ ଖେଳି ସମାନ ସଂଖ୍ୟକ ୱିକେଟ୍ ହାସଲ କରିଥିଲେ। ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରାମ ଓ ଅଷ୍ଟ୍ରେଲିଆର ଲେଗ୍‌ ସ୍ପିନର ସେନ୍‌ ୱାର୍ଣ୍ଣ ଘରୋଇ ମାଟିରେ ୬୨ଟି ଲେଖାଏଁ ମ୍ୟାଚ୍ ଖେଳି ୧୦୦ ୱିକେଟ୍‌ ହାସଲ କରିଥିଲେ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories