ଭତ୍ତା ନପାଇ ହିତାଧିକାରୀଙ୍କ ରାସ୍ତାରୋକ; ଫସିଲା ଆମ୍ବୁଲାନ୍ସ

ବୌଦ୍ଧ: ହରଭଙ୍ଗା ବ୍ଳକ ସରସରା ଗ୍ରାମ ପଂଚାୟତରେ ଦିର୍ଘ ୩ ମାସ ହେଲା ହିତାଧିକାରୀ ମାନେ ଭତ୍ତା ପାଉନାହାନ୍ତି  । ବାରମ୍ବାର ପଂଚାୟତ ଅଫିସକୁ ଦୌଡି ଦୌଡି ନୟାନ୍ତ ହେବାପରେ ହିତାଧିକାରୀମାନେ ରାସ୍ତାରୋକ କରିଥିଲେ । ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ଫଳରେ ୫୭ ନମ୍ବର ଜାତୀୟ ରାଜପଥ ଉପରେ ଶହଶହ ଗାଡି ମଟର ଅଟକି ରହିଥିଲା । ଏପରିକି ଆମ୍ବୁଲାନ୍ସକୁ ମଧ୍ୟ ବାଟ ମିଳିନଥିଲା ଏବଂ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଅଟକି ଯାଇଥିଲା ।

prayash

ଆଜି ମଧ୍ୟ ହିତାଧିକାରୀ ମାନେ ଭତ୍ତା ନପାଇବାରୁ ଉତ୍ୟକ୍ତ ହୋଇ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା  । ପଞ୍ଚାୟତ ଅଧିକାରୀ ହିତାଧିକାରୀ ମାନଙ୍କୁ ଭତ୍ତା ନଦେଇ ବାରମ୍ବାର ଫେରାଇ ଦେଉଥିବା ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ହିତାଧିକାରୀ ମାନଙ୍କ ତିନିମାସର ଭତ୍ତା ପାଇନଥିବାବେଳେ ପଞ୍ଚାୟତ କର୍ତ୍ତୃପକ୍ଷ ବ୍ୟାଙ୍କ ଜରିଆରେ ଭତ୍ତା ମିଳିବ ବୋଲି କହିଆସୁଥିଲେ ।

କିନ୍ତୁ ଗରିବ ହିତାଧିକାରୀମାନେ ସିଧାସଳଖ ଭତ୍ତା ପ୍ରଦାନ ପାଇଁ ଦାବି କରିଥିଲେ ।  ଶେଷରେ ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା କରି ତୁରନ୍ତ ସେମାନଙ୍କ ଭତ୍ତା ପ୍ରଦାନର ବ୍ୟବସ୍ଥା କରାଯିବାପରେ ରାସ୍ତା ଅବରୋଧ ହଟିଥିଲା ।

kalyan agarbati

Comments are closed.