ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କ ବିଜୟ ପାଇଁ ଜିଲା ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ
ବୌଦ୍ଧ: ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିପୁଳ ବିଜୟ ସମ୍ଭାବନା ରହିଥିବା ବେଳେ ଜିଲା ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଗଣମାଧ୍ୟମକୁ ଦେଇଥିବା ସୂଚନା ମୁତାବକ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଅଗ୍ରାଧିକାର ଦେଇ ଜଣେ ଆଦିବାସୀ ମହିଳାଙ୍କୁ ଏଠାରୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ କରିବା ରାଜ୍ୟ ପାଇଁ ଗୌରବର ବିଷୟ ହୋଇଥିବାବେଳେ ଆଗାମୀ ନିର୍ବାଚନରେ ତାଙ୍କରି ବିପୁଳ ବିଜୟ ପାଇଁ ବୌଦ୍ଧ ଜିଲାର ସମସ୍ତ ମଣ୍ଡଳ, ସମସ୍ତ ଶକ୍ତିକେନ୍ଦ୍ର ଓ ଜିଲାର ସମସ୍ତ ବିଜେପି କର୍ମକର୍ତ୍ତା ମାନେ ସଂକଳ୍ପପତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡାଙ୍କୁ କୃତଜ୍ଞତା ପତ୍ର ପଠାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ସେହିପରି ଆସନ୍ତା ରବିବାର ଦିନ ଜିଲାର ସମସ୍ତ ମଣ୍ଡଳ, ଶକ୍ତିକେନ୍ଦ୍ର ଓ ଜିଲା ମୁଖ୍ୟାଳୟର ସମସ୍ତ ମନ୍ଦିରରେ ଶ୍ରୀମତୀ ମୁର୍ମୁଙ୍କ ବିପୁଳ ବିଜୟ ପାଇଁ ପୂଜାର୍ଚ୍ଚନା ଓ ଅଖଣ୍ଡ ଦୀପଦାନ କରାଯିବ । ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା ପରେ ଜିଲାସାରା ଉତ୍ସବ ପାଳନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯିବା ସହିତ ରାଷ୍ଟ୍ରପତି ଶପଥ ଗ୍ରହଣ କରିବା ଫଟୋକୁ ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟ, ମଣ୍ଡଳ କାର୍ଯ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଇତ୍ୟାଦିକୁ ବଣ୍ଟନ କରାଯିବାକୁ ମଧ୍ୟ ପ୍ରସ୍ତୁତି କରାଯାଉଥିବା ସୂଚନା ଦିଆଯାଇଛି । ତେଣୁ ଜିଲାର ବିଜେପି କାର୍ଯ୍ୟ କର୍ତ୍ତାମାନେ ନିଷ୍ଠାର ସହିତ ଓ ସୁବ୍ୟବସ୍ଥିତ ଢଙ୍ଗରେ ଏହି କାର୍ଯ୍ୟକ୍ରମଗୁଡିକୁ ପାଳନ କରିବାକୁ ଜିଲା ସଭାପତି ଶ୍ରୀମହାନ୍ତି ନିବଦେନ କରିଛନ୍ତି ।
Comments are closed.