ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବୌଦ୍ଧ: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜୁନ ୫ ତାରିଖଠାରୁ ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା କଳ୍ପତରୁ ପ୍ରକଳ୍ପ ଯୋଜନା ଆଧାରରେ ପରିବେଶ ସୁରକ୍ଷା ନିମନ୍ତେ ହରଭଙ୍ଗା ବ୍ଲକ ମଥୁରା ଗ୍ରାମପଞ୍ଚାୟତ ଉଚ୍ଚବିଦ୍ୟାଳୟ ଠାରେ ବୃକ୍ଷ ରୋପଣର ମହତ୍ୱ ନେଇ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଃଖୀଶ୍ୟାମ ଗାଈଗୌରିଆ ଅତିଥି ଭାବରେ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ବ୍ରହ୍ମାକୁମାରୀ କେନ୍ଦ୍ର ସଞ୍ଚାଳିକା ବି.କେ. ମାମିନା ଭଉଣୀ ଆଧ୍ୟାତ୍ମିକ ଜ୍ଞାନ ଓ ରାଜଯୋଗ ଶିକ୍ଷା ଦ୍ୱାରା ନିଜକୁ  ସୁରକ୍ଷା ସହିତ ପ୍ରକୃତି ଓ ପରିବେଶକୁ କିପରି ସୁରକ୍ଷା କରିବା ନିଜ ବକ୍ତବ୍ୟରେ ଦର୍ଶାଇଥିଲେ ।

prayash

ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବି.କେ. ସ୍ନେହଲତା ପୁରୋହିତ ପରିବେଶ ପ୍ରଦୂଷଣର କାରଣ ଓ ନିବାରଣ ସମ୍ବନ୍ଧରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ବି.କେ. ସରୋଜ ଭାଇ ସଭାକାର୍ଯ୍ୟ ପରିଚାଳନା କରି ପ୍ରସଙ୍ଗରେ ଧରିତ୍ରୀ ମାତା ଓ ଈଶ୍ୱରୀୟ ପିତାଙ୍କୁ ସମ୍ମାନ ଦେଇ ନିଜ ଦୈନନ୍ଦିନ କାର୍ଯ୍ୟ କଲେ ନିଜ ଜୀବନ ସୁରକ୍ଷିତ ସହିତ ପ୍ରକୃତି ଓ ପରିବେଶ ସୁରକ୍ଷିତ ହୋଇପାରିବ ବୋଲି ଦର୍ଶାଇଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଅତିତ ପରିବେଶର ସୁରକ୍ଷା ନିମନ୍ତେ ବୃକ୍ଷରୋପଣ ଜରୁରୀ ବୋଲି ଗୁରୁତ୍ୱାରୋପ କରିଥିବାବେଳେ ବିଦ୍ୟାଳୟର ଶିକ୍ଷକ ବୃନ୍ଦ ଏବଂ ୧୫୦ ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବ୍ରହ୍ମାକୁମାରୀ ଭଉଣୀ ପ୍ରଧାନଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ୪ ଟି ବଡ଼ ଉପହାର ସଦୃଶ୍ୟ ପ୍ରଦାନ କରି ବୃକ୍ଷ ରୋପଣ କରିବା ଏବଂ ଶୁଭ ଭାବନା ଓ କାମନା ସହିତ ବୃକ୍ଷ ମାନଙ୍କ ସୁରକ୍ଷା କରିବା ଦାୟିତ୍ୱ ନେବାକୁ ପରାମର୍ଶ ଦେଇଥିଲେ ।

kalyan agarbati

Comments are closed.