ବ୍ୟାଟେରୀ ଗାଡ଼ି ସୋରୁମ ଉଦଘାଟନ କଲେ ଜଙ୍ଗଲ ପରିବେଶ ମନ୍ତ୍ରୀ
ବୌଦ୍ଧ: ପରିବେଶ ବ୍ୟାପକ ଭାବରେ ପ୍ରଦୂଷିତ ହେବା ଯୋଗୁଁ ପାଣିପାଗରେ ଅନିୟମିତତା ଦେଖାଦେଇଛି । ଫଳରେ ପ୍ରାକୃତିକ ବିପର୍ଯ୍ୟୟ ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପରିବେଶର ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ପ୍ରଦୂଷଣ କମାଇବାକୁ ବିଭିନ୍ନ ଉପାୟମାନ ଅବଲମ୍ବନ କରୁଛନ୍ତି । ଦିନକୁ ଦିନ ଯାନବାହାନ ସଂଖ୍ୟା ବୃଦ୍ଧି ପରିବେଶ ଉପରେ ପ୍ରତିକୁଳ ପରିବେଶ ପକାଉଛି ।
ଯାନବାହାନ ଗୁଡିକରୁ ନିର୍ଗତ ଧୂଆଁ ପରିବେଶକୁ ଅଧିକମାତ୍ରାରେ ପ୍ରଦୂଷିତ କରିବା ସହିତ ପାଣିପାଗ ଉପରେ ମଧ୍ୟରେ ପ୍ରଭାବ ପକାଉଛି । ତେଣୁ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଯାନବାହାନ ସଂଖ୍ୟା ଉପରେ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପ୍ରକାର ଆଇନ ତିଆରି କରାଯିବା ସହିତ କଡାକଡି ଭାବରେ ଏହାକୁ ପାଳନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହିଭଳି ସମୟରେ ବ୍ୟାଟେରୀ ଚାଳିତ ଗାଡି ପରିବେଶ ବଞ୍ଚାଇବାକୁ ବରଦାନ ସଦୃଶ୍ୟ ହୋଇଛି ।
ସରକାର ଅଧିକ ମାତ୍ରାରେ ବ୍ୟାଟେରୀ ଚାଳିତ ଯାନବାହାନ ବିକ୍ରୟ ଉପରେ ଗୁରୁତ୍ୱ ଦେବା ସହିତ ଏଥିପାଇଁ ନିୟମରେ ମଧ୍ୟ କୋହଳ କରିଛନ୍ତି । ବୌଦ୍ଧ ଟାଉନହଲ ସମ୍ମୁଖରେ ଏକ ବ୍ୟାଟେରୀ ଚାଳିତ ଗାଡି ସୋରୁମକୁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ, ଜଙ୍ଗଲ ପରିବେଶ ଓ ଜଳବାୟୁ ପ୍ରତିବର୍ତ୍ତନ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିବା ସହିତ ନିଜେ ବ୍ୟାଟେରୀ ଗାଡି ଚଳାଇ ଅନ୍ୟମାନଙ୍କୁ ପରିବେଶ ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଜିଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ରଙ୍କ ସମେତ ସୋରୁମ ମାଲିକ ନିରଞ୍ଜନ ନାୟକ ଓ ସନ୍ତୋଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.