www.samajalive.in
Monday, December 15, 2025
15.1 C
Bhubaneswar

ଗଞ୍ଜେଇ ଚାଲାଣ ମାମଲା; ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ

ବୌଦ୍ଧ: ବୌଦ୍ଧଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜ ବିକ୍ରମ କୁମାର ପ୍ରଧାନ ସୋମବାର ଦିନ ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି  ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ଦେବା ସହିତ ୧ ଲକ୍ଷ ଟଙ୍କା ଜୋରିମାନା ଦେଶ ଦେଇଛନ୍ତି । ମାମଲାରୁ ପ୍ରକାଶ ଯେ  ଗତ ୧୦.୧୧.୨୧ ତାରିଖରେ ବୌଦ୍ଧ ଅବକାରୀ ବିଭାଗ  କର୍ମଚାରୀମାନେ ସକାଳେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଉପରେ ପାଟ୍ରୋଲିଂ କରୁଥିବା ସମୟରେ ସୂଚନା ପାଇ ଜହ୍ନାପଙ୍କ ଆଡୁ ବୌଦ୍ଧ ପଟକୁ  ଆସୁଥିବା ଏକ ମିନିଟ୍ରକ (ଓଡି ୧୯୧୨ ୬୦୭୩)କୁ ସନ୍ଦେହରେ ଜାତୀୟ ରାଜପଥର ସରଣ୍ଡା ଛକରେ ଅଟକାଇ ଯାଞ୍ଚ କରିଥିଲେ । ଗାଡିର ପଛରେ ୪ ଗୋଟି ବସ୍ତାରେ ଥିବା ଗଞ୍ଜେଇକୁ ଜବତ କରିଥିଲେ ।

ଗାଡିରୁ ୧୩୨ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହିତ  ଗାଡିରେ ଥିବା ଅନୁଗୁଳ ଜିଲ୍ଲା ବଇଣ୍ଡା ଗ୍ରାମର ଜିତେନ୍ଦ୍ର ପୋଢ(୨୪)କୁ ଗିରଫ କରାଯାଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା । ପରବର୍ତ୍ତୀ ସମୟରେ ମାମଲଟି ଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜଙ୍କ ଅଦାଲତରେ ସ୍ପେଶାଲ କେସ ନଂ (୨ଏସିସି ୨୨/୨୧)  ହୋଇ ବିଚାର ହୋଇଥିଲା ।  ମାମଲାରେ  ତିନି ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ମାନ୍ୟବର କୋର୍ଟ ପ୍ରମାଣ ଥିବା ନେଇ ଅଭିଯୁକ୍ତ ଜିତେନ୍ଦ୍ରକୁ ୧୦ ବର୍ଷ କାରାଦଣ୍ଡାଦେଶ ସହିତ ୧ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମୋନା ଅନାଦୟ ହେଲେ ଅଧିକ ଏକବର୍ଷ କାରାଦଣ୍ଡାଦେଶ ଆଦେଶ ପ୍ରଦାନ କରିଛନ୍ତି । ମାମଲାକୁ  ସରକାରଙ୍କ ପକ୍ଷରୁ ସରକାରୀ ଓକିଲ (ପିପି)ସବିତା କୁମାରୀ ପଣ୍ଡା ପରିଚାଳନା କରୁଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories