ବୌଦ୍ଧ: ବୌଦ୍ଧରେ ମାତିଛନ୍ତି ଲୁଟେରା। ସହରର ୨ଟି ମନ୍ଦିରରୁ ଏହି ଲୁଟ୍ ହୋଇଥିବା ନେଇ ସୋମବାର ଖବର ମିଳିଛି। ମା’ଭୈରବୀଙ୍କ ମନ୍ଦିରରୁ ପ୍ରତିମାରୁ ସୁନାର ଆଖି ,ଟିକିଲି ଆଦି ଚୋରି କରିଥିବା ବେଳେ ଗାୟତ୍ରୀ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଓ ସୁନା ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ଭୈରବୀ ମନ୍ଦିରର ମୁଖ୍ୟ ଫାଟକ ଭାଙ୍ଗି ଲୁଟ୍ କରିଥିବା ବେଳେ ସକାଳେ ପୂଜାରୀ ପୂଜା ପାଇଁ ଆସି ଲୁଟ୍ ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବୌଦ୍ଧ ଆଦର୍ଶ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



