www.samajalive.in
Sunday, December 7, 2025
26.1 C
Bhubaneswar

ବୌଦ୍ଧର ନିଆରା ଖାଦ୍ୟ ‘ବହଳ କଢ’, ବଜାରରେ ବଢୁଛି ଚାହିଦା

ବୌଦ୍ଧ: ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲା । ବିଭିନ୍ନ ଅଞ୍ଚଳରେ ଅନେକ ବୃକ୍ଷରାଜି, ଔଷଧୀୟ ଗୁଳ୍ମଲତା, ଖାଦ୍ୟ ଉପଯୋଗୀ ତରୁଲତା ରହିଛି । ସେଥିମଧ୍ୟରୁ ଅନ୍ୟତମ ହେଉଛି ‘ବହଳ କଢ’ । ମହାନଦୀ ଅବବାହିକାରେ ରହିଛି ଏଭଳି ବୃକ୍ଷ ଯାହାର ପତ୍ର ଓ କଢର ବେଶ ଚାହିଦା ରହିଛି । ‘ବହଳ’ କଢ ଅତ୍ୟନ୍ତ ସ୍ବାଦିଷ୍ଟ ହୋଇଥିବାବେଳେ ବଜାରରେ ଏହାର ଯଥେଷ୍ଟ ଚାହିଦା ରହିଛି । ଏହି ସ୍ବତନ୍ତ୍ର ଖାଦ୍ୟର କୌଣସି ଚାଷ ହେଉନଥିବାବେଳେ ଏହାକୁ କେବଳ ସଂଗ୍ରହ କରାଯାଇ ବଜାରରେ ଉପଲବ୍ଧ କରାଯାଏ । ଇଂରାଜୀ ଭାଷାରେ ଏହି ବହଳ କଢକୁ ‘କାମିଚେରୀ’ କୁହାଯାଉଥିବାବେଳେ ବୌଦ୍ଧ ଜିଲ୍ଲାରେ ଏହାର ବେଶ ଚାହିଦା ରହିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବହଳ ନାମକ ଏକ ବୃକ୍ଷ ପ୍ରଚୁର ମାତ୍ରାରେ ଦେଖାଯାଏ । ବୌଦ୍ଧ ଜିଲ୍ଲା ସହିତ ମହାନଦୀର ଉଭୟ ପାର୍ଶ୍ଵରେ ଥିବା ଜିଲ୍ଲାର କେତେକ ଅଞ୍ଚଳରେ ମଧ୍ୟ ଏହି ବହଳ ବୃକ୍ଷ ଦେଖିବାକୁ ମିଳେ । ବସନ୍ତ ଋତୁରେ ଏହି ଗଛ ପତ୍ରଝଡା ଦେଇଥିବାବେଳେ ଚୈତ୍ର ମାସ ବେଳକୁ ଏହି ଗଛରେ ନୂଆ ପତ୍ର କଅଁଳିଥାଏ । ଏହାଛଡା ଏହି ବହଳ ଗଛର ପତ୍ର ମଝିରେ ଟିକି ଟିକି ପେନ୍ଥାରେ ବହଳ କଢ ସୃଷ୍ଟି ହୋଇଥାଏ । ଏସବୁ କଢ ପେନ୍ଥା ଆକାରରେ ସଂଗ୍ରହ କରାଯାଇ ବଜାରରେ ଉପଲବ୍ଧ ହୋଇଥାଏ । ପ୍ରତ୍ୟେକ ବର୍ଷ ଏହି ଗ୍ରୀଷ୍ମପ୍ରବାହ ସମୟରେ ହିଁ ଏହି ବହଳ କଢ ଓ ପତ୍ର ସଂଗ୍ରହ କରାଯାଇଥାଏ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଜଙ୍ଗଲ ନିକଟବର୍ତ୍ତୀ ସ୍ଥାନରେ ବସବାସ କରୁଥିବା ଅଧିବାସୀ ଚୈତ୍ରମାସରେ ମହୁଲ, ଟୋଲ, ଚାର କୋଳି, ନିମ୍ବ ଫୁଲ, ବରଡ଼ା ପତ୍ର, ବହଳ ପତ୍ର ସହିତ ବହଳ କଢ ସଂଗ୍ରହ କରି ଜୀବିକା ନିର୍ବାହ କରିଥାଆନ୍ତି । ଏହି ବହଳ କଢ କିଲୋ ପ୍ରତି ୨୦୦ରୁ ନେଇ ୬୦୦ ଟଙ୍କା ପର୍ୟ୍ୟନ୍ତ ଦର ଧାର୍ୟ୍ୟ ହୋଇଥାଏ । ଏହି କଢ ଅତ୍ୟନ୍ତ ସ୍ବାଦିଷ୍ଟ ତଥା ଶରୀର ପାଇଁ ଉପକାରୀ ଅଟେ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ରହିଥିବାବେଳେ ଏହାକୁ ବଡି, ବେସର କିମ୍ବା ମସଲା କଷା ଦ୍ବାରା ପ୍ରସ୍ତୁତ କରାଯାଇଥାଏ । ବୃକ୍ଷରୁ ଅତି ସତର୍କତା ସହିତ ବହଳ କଢକୁ ସଂଗ୍ରହ କରାଯାଏ । ଏହି କଢ ବୌଦ୍ଧରେ ପ୍ରଚୁର ମାତ୍ରାରେ ଚୈତ୍ରମାସରେ ଉପଲବ୍ଧ ହେଉଥିବାରୁ ଏହାକୁ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳର ଅଧିବାସୀ ସଂଗ୍ରହ କରି ନିଜେ ବ୍ୟବହାର କରିବା ସହିତ ନିଜ ଅଞ୍ଚଳକୁ ପଠାଇଥାନ୍ତି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories