ମୃତ କନେଷ୍ଟବଳଙ୍କ ପରିବାରକୁ ୩୦ ଲକ୍ଷ ଆର୍ଥିକ ସହାୟତା ପ୍ରଦାନ

ବୌଦ୍ଧ: ଜିଲା ପୋଲିସ କାର୍ଯ୍ୟାଳୟ ଠାରେ ମୃତ କନେଷ୍ଟବଳ ଅଶୋକ କୁମାର କହଁରଙ୍କ ପରିବାରଙ୍କୁ ୩୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି। ପ୍ରକାଶ ଥାଉକି ଗତ ୧୮/୦୫/୨୦୨୨ ରିଖ ଦିନ ବୌଦ୍ଧ ଜିଲ୍ଲା ପୋଲିସ ଅଫିସ ରେ କାର୍ଯ୍ୟରତ ଥିବା ଅଶୋକ କୁମାର କଂହର ନାମକ ଜଣେ କନଷ୍ଟେବଲ ଡିଉଟିରେ ଥିବା ବେଳେ, ସେ ହରଭଙ୍ଗା ଥାନାରୁ ବୌଦ୍ଧ ଆଦର୍ଶ ଥାନାକୁ ଡିଉଟିରେ ଆସି ଡିଉଟି ସାରି ଫେରୁଥିବା ସମୟରେ ବୌଦ୍ଧ ଥାନା ମଥୁରା ନିକଟରେ ଗୋଟାଏ ଆପଚି ମଟର ସାଇକେଲ ଆସି କନେଷ୍ଟବଳ ଚଳାଉ ଥିବା ଗ୍ଲାମର ମଟର ସାଇକେଲକୁ ଧକା ଦେଇଥିଲା ଫଳରେ ସେଠାରେ କନେଷ୍ଟବଳର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପାଇଁ ଆଜି ତାଙ୍କ ସ୍ତ୍ରୀ କଳ୍ପନା କଂହର ଓ ଏକମାତ୍ର ୭ ବର୍ଷର ପୁଅ ଶାଶ୍ୱତ ସ୍ୱରୂପ କହଁରଙ୍କୁ ଷ୍ଟେଟ ବ୍ୟାଙ୍କ ତରଫରୁ ପୁଲିସ ସେଲାରୀ ପ୍ୟାକେଜରୁ ୩୦ ଲକ୍ଷ ଟଙ୍କା ଏସପିଙ୍କ ଜରିଆରେ ପ୍ରଦାନ କରାଯାଇଛି। ମୃତ କନେଷ୍ଟବଳ ଅଶୋକ କହଁର ୨୨/୧୨/୨୦୦୬ରେ ପୋଲିସ ଭାବରେ ଯୋଗଦାନ କରିଥିଲେ। ତାଙ୍କ ନିଜ ଘର ପୁରୁଣାକଟକ ବୋଲି ଜଣାପଡ଼ିଛି।

kalyan agarbati

Comments are closed.