www.samajalive.in
Monday, December 15, 2025
15.1 C
Bhubaneswar

ଗଞ୍ଜେଇ ଜବତ, ମହିଳା ଗିରଫ

ବୌଦ୍ଧ : ଗଞ୍ଜେଇ ଚୋରା ଚାଲାଣ ପାଇଁ ସାଥି ସହଯୋଗୀଙ୍କ ଅପେକ୍ଷାରେ ଥିବା ଜଣେ ମହିଳାଙ୍କୁ ବୌଦ୍ଧ ଅବକାରୀ ବିଭାଗ ଗିରଫ ପରେ କୋର୍ଟ ଚାଲାଣ କରିଛି। ବୌଦ୍ଧ ଥାନା ଆମ୍ବଝରି ଗ୍ରାମ ଛକରେ ଜଣେ ମହିଳା ଗଞ୍ଜେଇ ଭର୍ତ୍ତି ବ୍ୟାଗ ନେଇ ଠିଆ ହୋଇଥିବା ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଇନ୍ସପେକ୍ଟର ସାଗରିକା ପ୍ରଧାନ ଅନ୍ୟ କର୍ମଚାରୀଙ୍କ ସହ ସେଠାରେ ଚଢ଼ଉ କରିଥିଲେ। ମହିଳାଙ୍କ ପାଖରେ ଥିବା ବ୍ୟାଗ ଯାଞ୍ଚ କରିବାରେ ସେଥିରୁ ଗଞ୍ଜେଇ ବାହାରିଥିଲା। ମହିଳା ଜଣକ ଧରିଥିବା ଗଞ୍ଜେଇର ଓଜନ ୨୨ କିଲୋ ଥିବା ଜଣାପଡ଼ିଥିଲା। ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଅଭିଯୁକ୍ତ ମହିଳା ହେଲେ ବୁଢ଼ିବଲଣ୍ଡା ଗ୍ରାମର ଗଜୀନ୍ଦ୍ର ପ୍ରଧାନଙ୍କ ପତ୍ନୀ ଗୁରୁବାରି ପ୍ରଧାନ(୪୦)। ଚଢ଼ଉରେ ହରଭଙ୍ଗା ଅବକାରୀ ଥାନା ଏଏସଆଇ ଅଞ୍ଜନ ଜେନା, କନେଷ୍ଟବଳ ଲୋକନାଥ ଭୋଇ, ପ୍ରଫୁଲ୍ଲ ଭୋକ୍ତା, ଅଞ୍ଜଳୀ ଅମାତ ଓ ରାଜକିଶୋର କହଁର ସାମିଲ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories