www.samajalive.in
Monday, December 15, 2025
15.1 C
Bhubaneswar

ଖୋର୍ଦ୍ଧା- ବଲାଙ୍ଗିର ରେଳପଥ ପ୍ରକଳ୍ପ ଜମି ଅଧିଗ୍ରହଣ, ୨୩୭୪ ଗୋଟି ଖାତାର ଜମି ମାଲିକ ପାଇଛନ୍ତି କ୍ଷତିପୂରଣ

ବୌଦ୍ଧ: ଖୋର୍ଦ୍ଧା- ବଲାଙ୍ଗିର ରେଳପଥ ପ୍ରକଳ୍ପ କାର୍ଯ୍ୟ ବୌଦ୍ଧଜିଲାରେ ଚାଲୁ ରହିଥିବା ବେଳେ ଚଳିତ ବର୍ଷ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ଅନୁଦାନ ସର୍ବାଧିକ ଦେଇଛନ୍ତି। ଜମି ଅଧିଗ୍ରହଣକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଭିତରେ ଦୀର୍ଘ ଦିନ ଧରି ସମସ୍ୟା ଲାଗିରହିଥିଲା। ଜିଲାରେ ରେଳପଥ କାର୍ଯ୍ୟରେ ଜଙ୍ଗଲ ଜମି ବାଧକ ସାଜୁଥିବା ବେଳେ ଇତି ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ପରିବେଶ ମଞୁରୀ ମିଳିସାରିଛି।

ଯାହାଫଳରେ କାର୍ଯ୍ୟରେ ତ୍ୱରାନ୍ନିତ ହେବାର ସମ୍ଭାବନା ରହିଛି। ଖୋର୍ଦ୍ଧା- ବଲାଙ୍ଗିର ରେଳପଥ ବୌଦ୍ଧଜିଲାରେ ସର୍ବାଧିକ ଶହେ କିଲୋ ମିଟରରୁ ଅଧିକ ରହିଛି। ଜିଲାର ୯୮ ଗୋଟି ଗ୍ରାମର ୨୦୫୮ ଏକର ଜମି ୨୬୩୨ ଖାତାରେ ରହିଛି। ସେଥିମଧ୍ୟରୁ ୨୩୭୪ ଗୋଟି ଖାତାର ଜମି ମାଲିକ ଅର୍ଥ ପାଇଥିବା ଜଣାପଡିଛି। ସେହିପରି ୨୬୮ ଗୋଟି ଖାତାର ଅର୍ଥ ବିଭିନ୍ନ କାରଣରୁ ଦିଆଯାଇ ପାରିନାହିଁ।

- Advertisement -

ବିଭିନ୍ନ ସ୍ଥାନରେ ଅଧିଗ୍ରହଣ ଜମିର ମୂଲ୍ୟକୁ ନେଇ ଜମି ମାଲିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଭଉଁରୀପଥର ଗ୍ରାମର ୧୩ ଗ୍ରାମର ହିତାଧିକାରୀ ଜମି ଅଧିଗ୍ରହଣ ଅର୍ଥ ନେଇ ନ ଥିବା ବେଳେ କୋର୍ଟରେ ମାମାଲା ରୁଜୁ ହୋଇଥିବା ଜଣାପଡିଛି। ବିଭାଗୀୟ ଅଧିକାରୀ ଓ ଜିଲା ପ୍ରଶାସନ ପକ୍ଷରୁ ତଦାରଖ କାର୍ଯ୍ୟ ଠିକ ଭାବରେ ହେଲେ ଏହି ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାର୍ଯ୍ୟ ଖୁବ ଶିଘ୍ର ଶେଷ ହେବାର ସମ୍ଭାବନା ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories