ବୌଦ୍ଧ: ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଦ୍ୱାରା ବାବା ବୈଦ୍ୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆଇନସେବା ପ୍ରାଧିକରଣ ଅଧିନିୟମ, ୧୯୮୭ ଏବଂ ଏଥିରେ ଥିବା ୧୨ ଧାରା ଅନୁଯାଇ ଗରିବ ଓ ଅସହାୟ ଲୋକଙ୍କ ପାଇଁ ମାଗଣାରେ ଉପସ୍ଥିତ ଥିବା ବିଭିନ୍ନ ଆଇନଗତ ସେବା ଏବଂ ସୁବିଧାମାନ, ଲୋକ ଅଦାଲତ ଏବଂ ଆପୋଷ ବୁଝାମଣା ଦ୍ୱାରା ବିଭିନ୍ନ ଗଣ୍ଡଗୋଳ ଓ ମକଦ୍ଦମାର ସମାଧାନ ଏବଂ ଶିଶୁ ମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ସଚେତନତା କାର୍ଯ୍ୟକ୍ରମ ଟି ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ର ସଚିବ ଚରଣଜିତ ଓରାମ ଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା। ଏଥିରେ ବାବା ବୈଦ୍ୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନେ ଭାଗ ନେଇଥିଲେ। ଏଥିରେ ନାବାଳକ ନ୍ୟାୟ ବୋର୍ଡର ସଦସ୍ୟ ରାଜିବ ନାଏକ, ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ପ୍ୟାନେଲ ଓକିଲ ବିକାଶ ଚନ୍ଦ୍ର ବେହେରା ଏବଂ ବାବା ବୈଦ୍ୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରତ ଚନ୍ଦ୍ର ବେହେରା ଏବଂ ନିତ୍ୟାନନ୍ଦ ପ୍ରଧାନଶିକ୍ଷକ ସଭାରେ ଉପସ୍ଥିତ ଥିଲେ ଏବଂ ଏଥିରେ ଭାଗ ନେଇଥିଲେ।
Popular Categories



