କଲମପୁର: କଲମପୁର ବି.ଡି.ଓ ପ୍ରଶନ୍ନ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ହାରାମାଲ ପଂଚାୟତ ଠାରେ ଜନ ଅଭିଯୋଗ ଶୁଣାଣୀ ଓ ସାମାଧାନ ଶିବିର ଆୟୋଜିତ ହେଇଯାଇଛି। ଏଥିରେ ବ୍ଲକରେ କାର୍ଯ୍ୟରତ ବିଭିନ୍ନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ନିଜ ନିଜ ବିଭାଗ ସମ୍ପର୍କିତ ଅଭିଯୋଗ ସବୁର ସମାଧାନ କରିବା ପାଇଁ ପ୍ରୟାସ କରିଥିଲେ। ବିଶେଷ କରି ସମାଜିକ ସୁରକ୍ଷା, ଆବାସ ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ହିତାଧିକାରୀ ମାନେ ଉପସ୍ଥିତ ଅଧିକାରୀଙ୍କୁ ଅବଗତ କରାଇଥିଲେ। ୨୪୬ ଜଣ ହିତାଧିକାରୀ ନିଜ ନିଜ ସମସ୍ୟାର ସମାଧାନ ପାଇଁ ଅଧିକାରୀଙ୍କୁ ଜଣାଇଥିଲେ। ଏହି ଜନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିରରେ ବି.ଡି.ଓ ଶ୍ରୀ ପଟେଲଙ୍କ ସମେତ ତହସିଲଦାର ରୁଦ୍ର ମୋହନ ନାୟକ, ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ କରୁଣାକର ବାଗ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌରାଙ୍ଗ ଚରଣ ବିଶ୍ୱାସ, ସରପଂଚ ଶୁସିଳା ଦୁର୍ଗା, ସମିତି ସଭ୍ୟା କରୁଆଁ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲାଲ ସୁନ୍ଦର ଶବର ଏବଂ ଗ୍ରାମ ରୋଜଗାର ସେବକ ପାର୍ଥ ସାରଥି ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
Popular Categories



