ବୌଦ୍ଧ: ବୌଦ୍ଧ ଗେହ୍ଲାମା କ୍ଲବ ପକ୍ଷରୁ କଚେରୀ ପଡ଼ିଆରେ ଚାଲି ଥିବା ଗେହ୍ଲାମା କପ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜି ଦୁଇଟି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ସେମିଫାଇନାଲ ମ୍ୟାଚ ୫ ଆଇଆରବି ବାଟାଲିୟନ ଓ ବଲାସିଙ୍ଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇଆରବି ବାଟାଲିୟନ ଟାଇବ୍ରେକରରେ ୪-୧ ଗୋଲରେ ବିଜୟ ଲାଭ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଗେହ୍ଲାମା କ୍ଲବ ସହିତ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗେହ୍ଲାମା କ୍ଲବ ୩-୦ ଗୋଲରେ ବିଜୟ ହୋଇ ଫାଇନାଲକୁ ଉନ୍ନିତ ହୋଇଛି। ଆଜିର ମ୍ୟାଚର ଅତିଥି ଭାବରେ ପୂର୍ବତନ ଫୁଟବଲ ଖେଳାଳୀ ବଦ୍ରିନାରାୟଣ ମିଶ୍ର ଉଦଘାଟନ କରିଥିଲେ। ମ୍ୟାଚକୁ ରେଫରୀ ଗରିବ ବେହେରା, ଚନ୍ଦନ ମହାରଣା, ସୂର୍ଯ୍ୟକାନ୍ତ ବେହେରା, ବଳରାମ ନାୟକ, ପ୍ରବିଣ ବେହେରା ପ୍ରମୂଖ ପରିଚାଳନା କରିଥିଲେ। ମ୍ୟାଚକୁ ବିଭୂତି ବେହେରା, ଗରିବ ବେହେରା, ଚନ୍ଦନ ମହାରଣା, ଭରତ ମହାରଣା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
Popular Categories



