କାର ସହ ୧୨୦ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
ବୌଦ୍ଧ:ବୌଦ୍ଧ ଜିଲ୍ଳା ଗଂଜେଇର ପେଣ୍ଡସ୍ଥଳ ଥିବା ବେଳେ ପ୍ରତିଦିନ ଜିଲ୍ଳାରୁ ବହୁ ପରିମାଣରେ ଗଂଜେଇ ଚାଲାଣ ହେଉଅଛି। ପୁଲିସ ଓ ଅବକାରୀ ବିଭାଗ ହାତରେ ପ୍ରତିଦିନ ଧରାପଡୁଛନ୍ତି, କିନ୍ତୁ ଏହି କାମ କାରବାର ହ୍ରାସ ପାଇପାରୁନି। ମଙ୍ଗଳବାର ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ବୌଦ୍ଧ ପୁଲିସ ଟାଉନର ପୁରୁଣା ଆଇଟିଆଇ ଠାରେ ଜଗି ରହିଥିଲା। ଏହି ସମୟରେ ଏକ ଧଳା ରଙ୍ଗର କାର ଯାଉଥିବା ବେଳେ ସନ୍ଧେହରେ ପୁଲିସ ତାହା ଅଟକାଇଥିଲେ। କିନ୍ତୁ ଗାଡିର ଚାଳକ ଗାଡିକୁ ଛାଡି ଫେରାର ହୋଇଯାଇଥିବା ପୁଲିସ ସୁତ୍ରରୁ ଜଣାପଡିଛି। ପୁଲିସ ଗାଡି ଭିତରେ ଥିବା ୫ଟି ଜରିବସ୍ତା ମଧ୍ୟରୁ ୧୨୦ କେଜି ଗଞ୍ଜେଇ ଜବତ କରିବା ସହ କାରଟିକୁ ମଧ୍ୟ ଜବତ କରିଛି। ଏନେଇ ବୌଦ୍ଧ ଥାନାରେ ଏକ ମାମଲା ୨୫୫/୨୨ରେ ରୁଜୁ ହୋଇଥିବା ଜଣାପଡିଛି।
Comments are closed.