www.samajalive.in
Sunday, December 14, 2025
19.1 C
Bhubaneswar

ବୌଦ୍ଧ ଜିଲ୍ଲାରେ ବନ୍ୟା ଘେରରେ ଅନେକ ଗ୍ରାମ, ଫୁଲୁଛି ତେଲନଦୀ

ବୌଦ୍ଧ: ବୌଦ୍ଧଜିଲ୍ଲା ଚିରସ୍ରୋତ ମହାନଦୀ କୂଳରେ ଅବସ୍ଥିତ ହୋଇଥିବା ବେଳେ ପ୍ରତିବର୍ଷ ମହାନଦୀରେ ବନ୍ୟା ପାଣି ବ୍ୟାପକ କ୍ଷୟକ୍ଷତି ଘଟାଇଥାଏ। ଚଳିତ ବର୍ଷ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେବାରୁ ଜିଲ୍ଲାର ହରଭଙ୍ଗା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ହଜାର ହଜାର ଏକ ଚାଷ ଜମିରେ ପାଣି ମାଡି ଯାଇଛି। ବ୍ଲକର ୫୦ରୁ ଊର୍ଦ୍ଧ୍ବ ଗ୍ରାମ ପାଣି ଘେରା ମଧ୍ୟରେ ରହିଛି। ଲୋକଙ୍କୁ ଜିଲ୍ଲା ଅଗ୍ନିଶମ, ଓଡ୍ରାଫ ଓ ପ୍ରଶାସନ ସାହାର୍ଯ୍ୟରେ ଉଦ୍ଧରା କରାଯାଇ ବନ୍ୟା ଆଶ୍ରୟସ୍ଥଳି ଓ ସ୍କୁଲ ଗୁଡିକରେ ରଖାଯାଇଛି। ଜିଲ୍ଲାରେ ମହାନଦୀ ୮୭.୮୦ ବିପଦ ସଙ୍କେତ ରହିଥିବା ବେଳେ ଏବେବି ବିପଦ ସଙ୍କେତ ଉପରେ ମହାନଦୀର ବନ୍ୟା ଜଳ ପ୍ରବାହିତ ହେଉଛି। ଜିଲ୍ଲାରେ ମହାନଦୀରେ ବନ୍ୟା ଯୋଗୁଁ ହରଭଙ୍ଗା ବ୍ଲକର ୭ରୁ ଊର୍ଦ୍ଧ୍ବ ପଂଚାୟତର ୫୫ରୁ ଅଧିକ ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ସେହିପରି ହରଭଙ୍ଗା ବ୍ଲକର ୭ଟି ଆଶ୍ରୟସ୍ଥଳରେ ୧୫୫୭ ଜଣ ବନ୍ୟା ବିପନ୍ନଙ୍କୁ ଆଶ୍ରୟ ଦିଆଯାଇଛି। ବନ୍ୟାରେ ପ୍ରଭାବିତ ହୋଇଥିବା ଗ୍ରାମମାନଙ୍କ ମଧ୍ୟରେ ମାରଡା,କତୃୀ , ଭେଜିଗୋରା, ସୁରଣ୍ଡି,ହରଭଙ୍ଗା, ଧଳପୁର,ଖଣ୍ଡିଧଳପୁର, ଉଆଁଳ, ଝରାସାହି, କୁଡାସିଙ୍ଗା, ସଦଳଗୁଣ୍ଡା, ତେନ୍ତୁଳିପଦର, ସାକୁସିଙ୍ଗା,ତୀରଡ, କରଡି, ରାମଗଡ଼,ପାଣିଘୋରା, ଅତଳସରା, କୁଡାସାହି, ଡିଆଁଘାଟ, ମଲିକପଡ଼ା, ବୁଲୁରା,ରାଉତପଡ଼ା,କୁମାରୀ, ପୋଇଦାଭୁଇଁ, ମହୁଲଦର ହାଟଗାଁ, କୃଷ୍ଣମୋହନପୁର, ମଙ୍ଗଳପୁର, ସାମ୍ପୋଚ, ଘୋରଡା, କାଲେଶ୍ୱର ଆଦି ଅନେକ ଗ୍ରାମ ପାଣିଘେରାରେ ରହିଥିବା ବେଳେ ଅନେକ ଗ୍ରାମ ମଧ୍ୟକୁ ବନ୍ୟା ପାଣି ପ୍ରବେଶ କରିଛି। ବନ୍ୟା ଯୋଗୁଁ ବ୍ୟାପକ ଚାଷ ଜମିରରେ ବାଲିଚର ହୋଇପଡ଼ିଛି।

- Advertisement -

ସେହିପରି ବୌଦ୍ଧ ସହରରେ କେନ୍ଦ୍ରୀୟ ବିଦ୍ୟାଳୟ , ଗାଇଗୋଠ ପଡ଼ିଆ, ରାଜସ୍ୱ ବିଭାଗର କଲୋନୀ ଆଦି ସ୍ଥାନ ଗୁଡିକୁ ବନ୍ୟା ପାଣି ପ୍ରବେଶ କରିଛି। ବନ୍ୟା ବିପନ୍ନଙ୍କୁ ଏନଏସି ପକ୍ଷରୁ ନିଆଯାଇ ମାଳିସାହି, ବନ୍ୟା ଆଶ୍ରୟସ୍ଥଳ ଓ କମ୍ୟୁନିଟି ସେଣ୍ଟର ଗୁଡିକରେ ରଖାଯାଇଛି। ୨୦୦ଜଣଙ୍କୁ ଆଶ୍ରୟସ୍ଥଳ ଗୁଡିକରେ ରଖାଯାଇ ଖାଦ୍ୟ ଦିଆଯାଇଥିବା ଜଣାପଡ଼ିଛି। ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେବା ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇ ପଡ଼ିଛି। ବୌଦ୍ଧ- ଜଗନ୍ନାଥ ରାସ୍ତାର ବିଭିନ୍ନ ସ୍ଥାନରେ ବନ୍ୟା ପାଣି ପ୍ରବେଶ ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇ ପଡ଼ିଥିଲା। ରାସ୍ତାର କେନ୍ଦ୍ରୀୟ ବିଦ୍ୟାଳୟ ଠ।।ରେ ଥିବା ରାମଜାଙ୍ଗୀ, ହାଟଗାଁ ଠାରେ ଥିବା ବଲାଟ ନାଳ, ସାକୁସିଙ୍ଗା, କୁଶାସିଙ୍ଗା ଠାରେ ଥିବା ନାଳରେ ବନ୍ୟା ପାଣି ଆସିବା ଯୋଗୁଁ ଯୋଗେଯାଗ ବିଛିନ୍ନ ହୋଇପଡ଼ିଥିଲା। ସେହିପରି ଡିଆଁଘାଟ, ମଲ୍ଲିକପଡ଼ା, ଭେଜିଗୋରା, ସୁରତାଗଣ୍ଡା ନାଳରେ ବନ୍ୟା ପାଣି ପ୍ରବେଶ କରିବାରୁ ଏହି ସବୁ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଥିଲା। ତିରଡ ଠାରେ ଚ।।ଲି ଥିବା ମେଗାଲିଫ୍ଟ ପଏଣ୍ଟରେ କାମ ଚାଲିଥିବା ବେଳେ ବନ୍ୟା ପାଣି ଆସିଯିବା ଯୋଗୁଁ ସେଠାରେ ଫସିରହିଥିବା ତିନି ଜଣ ଇଂଜିନିୟରଙ୍କୁ ଉଦ୍ଧାର କରାଯାଇଥିଲା। ବନ୍ୟା ବିପନ୍ନଙ୍କୁ ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲୁ ରହିଥିବା ବେଳେ ରିଲିଫ ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା ଜାରି ରହିଛି। ଏପରିକି କିଛି ସ୍ଥାନରେ ଠିକ ଭାବରେ ରିଲିଫ ପହଂଚି ପାରିନଥିବାର ଅଭିଯୋଗ ହେଉଛି। ବନ୍ୟା ପାଣି ଆସ୍ତେ ଆସ୍ତେ ଖସୁଥିବା ବେଳେ କେତେକ ଆଶ୍ରୟ ସ୍ଥଳରୁ ଲୋକମାନେ ନିଜ ଘରକୁ ଯିବାକୁ ଆରମ୍ଭ କରିଦେଇଛନ୍ତି। ସେହିପରି କଣ୍ଟାମାଳ ବ୍ଲକରେ ମଧ୍ୟ ତେଲନଦୀ ବନ୍ୟା ପାଣି ପଶିବା ଫଳରେ ରେଂଗାଲି ପଂଚାୟତର କମଘାଟ ସମେତ ଆଉ କେତେକ ଗ୍ରାମ ପ୍ରଭାବିତ ହୋଇଛି। ବିପନ୍ନ ମାନଙ୍କୁ ଚାରବାଟି ସ୍କୁଲରେ ଆଶ୍ରୟ ଦିଆଯାଇଛି। ବନ୍ୟାରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ସଠିକ ଭାବରେ ଜଣାପଡ଼ିନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକ ପ୍ରଶାସନଙ୍କୁ କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି ଆକଳନ ପରେ ସମସ୍ତ ତଥ୍ୟ ଜଣାପଡ଼ିବ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories