www.samajalive.in
Monday, December 15, 2025
15.1 C
Bhubaneswar

ଘରେ ପଶି ଗଣ୍ଡଗୋଳ ମାମଲା-ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡାଦେଶ

ବୌଦ୍ଧ : ବୌଦ୍ଧ ଜିଲା ମୁଖ୍ୟ ଦଣ୍ଡାଧିଶ ଅଧିକାରୀ (ସିଜେଏମ) ବିଶେଶ୍ୱର ବିଶ୍ୱପ୍ରକାଶ ରାଏ ଏକ ଗଣ୍ଡଗୋଳ ମାମଲାର ବିଚାର କରି ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି।
ମାମଲାରୁ ପ୍ରକାଶ ଯେ ବୌଦ୍ଧ ଥାନାର ସରସରା ଗ୍ରାମର ଅଭିଯୁକ୍ତ ଅର୍ଜୁନ ମହାଲିକ ଓ ତାଙ୍କ ଝିଅ ରିତାଞ୍ଜଳୀ ମହାଲିକ ଗ୍ରାମର ସସ୍ମିତା ସ୍ୱାଇଁ ପରିବାରକୁ ଗାଲିଗୁଲଜ କରିବା ସହିତ ଗଣ୍ଡଗୋଳ କରିଆସୁଥିଲେ। ଗତ ୧୪.୧୨.୨୦୧୩ ତାରିଖରେ ଅଭିଯୁକ୍ତ ଅର୍ଜୁନ ଓ ତାଙ୍କ ଝିଅ ରୀତାଞ୍ଜଳି ସସ୍ମିତାର ଘରକୁ ପଶି ଠେଙ୍ଗା ଓ ଟାଙ୍ଗିଆ ଦ୍ୱାରା ସସ୍ମିତା ଓ ତାଙ୍କ ସ୍ୱାମୀ ଗଙ୍ଗାଧର ସ୍ୱାଇଁ ଓ ଶଶୁର ରୁପଧାରୀ ସ୍ୱାଇଁଙ୍କୁ ଗାଳିଗୁଳଜ କରିବା ସହ ଆକ୍ରମଣ କରିଥିଲେ।

 

- Advertisement -

ଆକ୍ରମଣରେ ଗଙ୍ଗାଧରଙ୍କ ଗୋଡ ଓ ହାତ ଭାଙ୍ଗି ଯାଇଥିବାବେଳେ ଶଶୁର ରୁପଧରଙ୍କ ମୁଣ୍ଡରେ ହାଣି ଦେଇଥିବା ନେଇ ସସ୍ମିତା ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବାପରେ ବୌଦ୍ଧ ପୋଲିସ ଥାନା କେସ ନଂ ୨୫୧/୧୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ମାମଲାଟି ବୌଦ୍ଧ ଜିଲା ବୌଦ୍ଧ ଜିଲା ମୁଖ୍ୟ ଦଣ୍ଡାଧିଶ ଅଧିକାରୀ (ସିଜେଏମ)ଙ୍କ ଅଦାଲତରେ ଏସଟି ୫୬/୧୬ ହୋଇ ବିଚାର ହୋଇଥିଲା। ବିଚାର ଚାଲିଥିବା ବେଳେ ଅଭିଯୁକ୍ତ ରୀତାଞ୍ଜଳୀ ମହାଲିକ ଫେରାର ହୋଇଯାଇଥିଲା। ଫଳରେ ମାମଲାଟି ଅଭିଯୁକ୍ତ ଅର୍ଜୁନ ମହାଲିକଙ୍କ ପାଇଁ ବିଚାର ହୋଇଥିଲା। ମାମଲାରେ ସରକାରଙ୍କ ପକ୍ଷରୁ ୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅତିରିକ୍ତ ଜିଲା ମୁଖ୍ୟ ଦଣ୍ଡାଧିଶ ଅଧିକାରୀ (ସିଜେଏମ) ବିଶେଶ୍ୱର ବିଶ୍ୱପ୍ରକାଶ ରାଏ ପ୍ରମାଣ ଥିବା ନେଇ ଅଭିଯୁକ୍ତ ଅର୍ଜୁନ ମହାଲିକଙ୍କୁ ୩ ବର୍ଷ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ମାମଲାକୁ ସରକାରୀ ଓକିଲ ଦେବରଞ୍ଜନ ବିଶି ପରିଚାଳନା କରୁଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories