ଧାନ କ୍ରୟ କେନ୍ଦ୍ର ଉଛେଦ ହେଲେ ରାଜରାସ୍ତାରେ ଚାଷୀଙ୍କ ଆନ୍ଦୋଳନ ଚେତାବନୀ
ବୌଦ୍ଧ: ବୌଦ୍ଧ ଜିଲା ଏକ କୃଷିପ୍ରଧାନ ଜିଲା ଅଟେ। ଜିଲାର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଜିଲାରେ ମୁଖ୍ୟ କହିଲେ ଚାଷ କହିଲେ ଧାନ ଚାଷ। ଚାଷୀ ଧାନ ଚାଷରୁ ହିଁ ନିଜର ପରିବାର ପ୍ରତିପୋଷଣ କରିଥାଏ। ଜିଲାରେ ସରକାରଙ୍କ ପକ୍ଷରୁ ଧାନ କ୍ରୟ କେନ୍ଦ୍ର (ମଣ୍ଡି) ଖୋଲାଯାଇ ଚାଷୀଙ୍କ ଠାରୁ ଧାନ କିଣାଯାଇ ଆସୁଅଛି। ଫଳରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ଲାଭବାନ ହେବା ସହ ଅଭାବୀ ବିକ୍ରିରୁ ରକ୍ଷା ପାଇଥାଏ। କିନ୍ତୁ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ବୌଦ୍ଧ ବ୍ଳକର କସୁରବନ୍ଧ ଗ୍ରାମପଞ୍ଚାୟତର କୁରୁମପଦର ଧାନ କ୍ରୟ କେନ୍ଦ୍ର (ମଣ୍ଡି)କୁ ବନ୍ଦ କରାଯାଉଥିବା ଜାଣିବା ପରେ ଚାଷୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ସେମାନେ ଧାନମଣ୍ଡି ନଉଠାଇବାକୁ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। କସୁରବନ୍ଧ ପଞ୍ଚାୟତର ରକ୍ସା ସେବା ସମବାୟ ସମିତିର କୁରୁମପଦର ଠାରେ ଗତ ୨୦୧୭-୧୮ ମସିହା ଠାରୁ ଧାନ ମଣ୍ଡି ଖୋଲାଯାଇ ଧାନ କ୍ରୟ ହୋଇଆସୁଅଛି।
ଚାଷୀମାନେ ଖରିଫ ଓ ରବି ରୁତୁ ଧାନକୁ ଏହି ମଣ୍ଡି ଜରିଆରେ ବିକ୍ରି କରିଆସୁଅଛନ୍ତି। ମଣ୍ଡିଟି ଯେଉଁ ସ୍ଥାନରେ ହୋଇଛି ତାହା ପଥରିଆ ସ୍ଥାନ ଓ କଂକ୍ରିଟ ହୋଇଥିବା ସହ ଏହା ଜାତୀୟ ରାଜପଥ କଡରେ ହୋଇଥିବାରୁ ଚାଷୀମାନେ ଠିକ ଭାବେ ଧାନ ଆଣି ବିକ୍ରି କରିପାରୁଛନ୍ତି। କିନ୍ତୁ ଚଳିତବର୍ଷ ଉକ୍ତ ମଣ୍ଡିରେ ଚାଷୀ ପଞ୍ଜିକରଣ ନକରି ମଣ୍ଡିକୁ ବନ୍ଦ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଶୁଣିବା ପରେ ଶୁକ୍ରବାର ଦିନ ରକ୍ସା ସେବା ସମବାୟ ସମିତିର ଶତାଧିକ ଚାଷୀ ଚାଷୀନେତା ଶିବଶଙ୍କର କର୍ଣ୍ଣଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କୁରୁମପଦର ମଣ୍ଡି ବନ୍ଦ ନକରିବାକୁ ଲିଖିତ ଭାବେ ଦେବାକୁ ଦାବି କରିଛନ୍ତି। ଉକ୍ତ ମଣ୍ଡିରେ ଚାଷୀଙ୍କ ନାମ ପଞ୍ଜିକରଣ କରିବା ସହିତ ଧାନ କ୍ରୟ କେନ୍ଦ୍ର ଚାଲୁ ରଖିବାକୁ ଚାଷୀମାନେ ନିବଦେନ କରିଛନ୍ତି। ଯବି ସରକାର ତିନିଦିନ ମଧ୍ୟରେ ଏହାର ବିଚାର କରି ତୁରନ୍ତ ପୁନର୍ବାର ଉକ୍ତ ଧାନ କ୍ରୟ କେନ୍ଦ୍ରରେ ଚାଷୀ ପଞ୍ଜିକରଣ ସହ ମଣ୍ଡି ଚାଲୁ ରଖିବାକୁ ଅନୁମତି ନଦେବେ ଆଗାମୀ ଦିନରେ ହଜାର ହଜାର ଚାଷୀ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଚୋତାବନୀ ଦେଇଛନ୍ତି। ଏହି ମର୍ମରେ ଚାଷୀମାନଙ୍କ ପକ୍ଷରୁ ଏକ ଦାବୀ ପତ୍ର ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ପ୍ରଦାନ କରାଯାଇଛି।
Comments are closed.