ବନ୍ୟା ପାଣିରେ ଭାସିଗଲେ ମହିଳା, ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ବୌଦ୍ଧ : ବୌଦ୍ଧ ଜିଲାରେ ଲଗାଣ ବର୍ଷା ଯୋଗୁଁ ଜିଲାସାରା ବନ୍ୟା ପରିସ୍ଥିତି ଦେଖାଦେଇଛି। ଗୋଟିଏ ପଟେ ଶାଖା ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇବା ସହିତ ମହାନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଥିବାବେଳେ ତଳି ଅଞ୍ଚଳ ଗୁଡିକରେ ପାଣି ଭର୍ତ୍ତି ହୋଇଚାଲିଛି। ତେବେ କନ୍ଧମାଳ ଜିଲାରେ ପ୍ରବଳ ବର୍ଷା ହେବା ଫଳରେ ବୌଦ୍ଧ ଦେଇ ମହାନଦୀରେ ମିଶିଥିବା ସାଲୁଙ୍କୀ ନଦୀରେ ହଠାତ୍ ଜଳସ୍ତର ବଢିଯିବାରୁ ଗାଧୋଇବାକୁ ଯାଇଥିବା ଜଣେ ମହିଳା ଭାସିଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ଓଡ୍ରାପ ଟିମଙ୍କ ତତ୍କାଳ ପଦକ୍ଷେପ ଦ୍ବାରା ତାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇପାରିଛି।

prayash

ମିଳିଥିବା ସୂଚନା ମୁତାବକ ବୌଦ୍ଧ ବ୍ଳକର ଗିରାସିଙ୍ଗା ଗ୍ରାମର ଧିରମଣୀ ଅମାତ(୪୫) ସାଲୁଙ୍କୀ ନଦୀକୁ ଗାଧୋଇବା ଯାଇଥିବାବେଳେ ହଠାତ ଜୋରରେ ପାଣି ମାଡି ଆସିବାରୁ ସେ ନଦୀରେ ଭାସି ଯାଇଥିଲେ। ସେଠାରେ ଅନ୍ୟଲୋକମାନେ ଉପସ୍ଥିତ ଥିଲେ ମଧ୍ୟ ପାଣିର ଗତି ଦେଖି ତାଙ୍କୁ ନଦୀ ଭିତରକୁ ପଶି ଉଦ୍ଧାର କରିବାକୁ ସାହାସ କରିପାରିନଥିଲେ। ସ୍ଥାନୀୟ ଲୋକଙ୍କ ନିକଟରୁ ସୂଚନା ପାଇ ବୌଦ୍ଧ ଅଗ୍ନିଶମ ବାହିନୀର ଓଡ୍ରାଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ। ଦୀର୍ଘ ଦୁଇ ଘଣ୍ଟାର ଖୋଜା ଖୋଜି କରିବାପରେ ମହିଳା ଜଣକ ନଦୀର ଅପର ପାର୍ଶ୍ବର ପୋଲାମ ଗ୍ରାମର ନଦୀ ପଠାରୁ ଉଦ୍ଧାର ହୋଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ବୌଦ୍ଧ ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ମେଡିକାଲରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିପଦମୁକ୍ତ ଥିବା ଜଣାପଡିଛି।

kalyan agarbati

Comments are closed.