www.samajalive.in
Monday, December 15, 2025
17.1 C
Bhubaneswar

ମହାନଦୀରେ ଜଳସଙ୍କଟ, ସହର ମଧ୍ୟରେ କୁତ୍ରିମ ବନ୍ୟା !

ବୌଦ୍ଧ : ବୌଦ୍ଧଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ମହାନଦୀରେ ଜଳସଙ୍କଟ ଦେଖାଦେଇଛି। ଗୋଟିଏ ପଟେ ଲୋକମାନେ ପାନୀୟଜଳ ପାଇଁ ଆଉଟୁ ପାଉଟୁ ହେଉଥିବାବେଳେ ଅନ୍ୟପଟେ ବୌଦ୍ଧ ପୁର୍ତ୍ତ ବିଭାଗର ଦୂରଦୃଷ୍ଟି ଅଭାବରୁ ବୌଦ୍ଧ ସହରର କେନ୍ଦ୍ରସ୍ଥଳରେ ଥିବା ବସଷ୍ଟାଣ୍ଡ ମଧ୍ୟରେ ଡ୍ରେନ ପାଣିରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ମୁତାବକ ମୌସୁମୀ ଆସିବା ପୂର୍ବରୁ ସହରର ଆବର୍ଜନା ଜଳ ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି। ଭାଙ୍ଗିଯାଇଥିବା ଡ୍ରେନ ଗୁଡିକର ମରାମତି ସହିତ ଜଳ ନିଷ୍କାସନ ହୋଇପାରୁନଥିବା ଡ୍ରେନ ଗୁଡିକର ପୁନଃନିର୍ମାଣ କାର୍ଯ୍ୟ କରାଯାଉଅଛି। ଏହି ପରିପ୍ରେକ୍ଷିରେ ବୌଦ୍ଧ ବସଷ୍ଟାଣ୍ଡଠାରେ ନିକଟରେ ମୁଖ୍ୟ ରାସ୍ତାକଡରେ ପୁର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଡ୍ରେନରେ ଠିକ୍ ଭାବରେ ଜଳ ନିଷ୍କାସନ ହୋଇନପାରି ଜମି ରହିବା ଯୋଗୁଁ ସମସ୍ୟା ସୃଷ୍ଟି ହୋଇଥିଲା। ତେଣୁ ଉକ୍ତ ଡ୍ରେନର ପୁନଃ ନିର୍ମାଣ କାର୍ଯ୍ୟ କରାଯାଉଥିବାବେଳେ ଠିକାଦାରଙ୍କ ପକ୍ଷରୁ ଉପରମୁଣ୍ଡରେ ଡ୍ରେନପାଣିକୁ ଅଟଳାଇ ତଳ ମୁଣ୍ଡରେ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ସଂପୃକ୍ତ ଠିକାଦାର କାର୍ଯ୍ୟରେ ବିଳମ୍ବ କରିବାରୁ ଉପରମୁଣ୍ଡରେ ଡ୍ରେନ ଜଳ ନିଷ୍କାସନ ହୋଇନପାରି ବସଷ୍ଟାଣ୍ଡର ତଳି ଅଞ୍ଚଳରେ ପଶି କୁତ୍ରିମ ପୋଖରୀ ସୃଷ୍ଟି ହୋଇଯାଇଥିଲା। ବସଷ୍ଟାଣ୍ଡ ଭିତରେ ସ୍ୱଳ୍ପ ଯାଗାରେ ଯାତ୍ରୀବାହୀ ବସ ସହିତ ଶହ ଶହ ସଂଖ୍ୟାରେ ଟାକ୍ସି ଓ ମାଲ ବୋଝେଇ ଗାଡି ରହୁଥିବାବେଳେ ଡ୍ରେନ ପାଣିରେ କୁତ୍ରିମ ପୋଖରୀ ସୃଷ୍ଟି ଯୋଗୁଁ ଗାଡିଚାଳକ ଓ ଯାତ୍ରୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ଦେଖାଯାଇଛି। ଏହି ଡ୍ରେନ ନିର୍ମାଣ କାର୍ଯ୍ୟ ପୁର୍ତ୍ତ ବିଭାଗ ପକ୍ଷରୁ କରାଯାଉଥିବାବେଳେ ଏନେଇ କିଛି ବ୍ୟକ୍ତିବିଶେଷ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ସେ ପୁର୍ତ୍ତ ବିଭାଗର ଯନ୍ତ୍ରୀ ଓ କାର୍ଯ୍ୟ କରୁଥିବା ଠିକାଦାରଙ୍କ ସହିତ ଆଲୋଚନା କରି କାର୍ଯ୍ୟ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ଡ୍ରେନ ନିର୍ମାଣ କାର୍ଯ୍ୟ ତୁରନ୍ତ ସମାପ୍ତ କରିବାକୁ କହିଥିବା ଜଣାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories