ମାନସିକ ପୂରଣ ପାଇଁ ମନ୍ଦିରରେ ଜୀବନ ଗଲା

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ତିଲେଶ୍ବର ପଂଚାୟତ ବୁରୁବୁଡ଼ା ଶିବ ମନ୍ଦିରରେ ଅଭାବନୀୟ ଘଟଣା। ମନ୍ଦିରରେ ୨୧ ଦିନ ଗୁହାରିଆ ପଡିଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ ଗଲା ଜୀବନ। ଯୁବତୀ ଜଣକ ବୌଦ୍ଧ ଥାନା ରାମ୍ଭିକଟା ଗ୍ରାମର ଶ୍ରୀମତୀ ବେହେରା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ବୌଦ୍ଧ ଥାନା ରାମ୍ଭିକଟା ଗ୍ରାମର କାହ୍ନୁ ଚରଣ ବେହେରାଙ୍କ ବଡ଼ ଝିଅ ନିଜର ମାନସିକ ପୂରଣ ପାଇଁ ପୁରୁଣାକଟକ ଥାନା ତିଲେଶ୍ବର ପଞ୍ଚାୟତ ବୁରୁବୁଡ଼ା ସ୍ଥିତ ଶିବ ମନ୍ଦିରରେ ଆଜକୁ ୨୧ ଦିନ ହେବ ଗୁହାରିଆ ପଡିଥିଲା।

ଗୁରୁବାର ସନ୍ଧ୍ୟାରେ ହଠାତ ତାଙ୍କର ମୃତ୍ୟ ହୋଇଯାଇଥିବା ବେଳେ ମନ୍ଦିର କର୍ତ୍ତୃପକ୍ଷ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୁରୁଣାକଟକ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି। ସେପଟେ ମନ୍ଦିରରେ ଅବ୍ୟବ୍ୟସ୍ଥାକୁ ନେଇ ଅଡୁଆରେ ପଡିଛି ମନ୍ଦିର ପରିଚାଳନା କମିଟି।

Comments are closed.