www.samajalive.in
Sunday, December 7, 2025
26.1 C
Bhubaneswar

ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କ ରାମକୃଷ୍ଣ ବାଳାଶ୍ରମ ପରିଦର୍ଶନ 

ବୌଦ୍ଧ : ହରଭଙ୍ଗା ବ୍ଲକ ବୀରନରସିଂହପୁର ସ୍ଥିତ ରାମ କୃଷ୍ଣ ବାଳା ଶ୍ରମ କୁ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା ତ୍ରୟ ମାସିକ ପରିଦର୍ଶନ କରିଛନ୍ତି  । ରାମକୃଷ୍ଣ ବାଳାଶ୍ରମର ସମସ୍ତ ରେକର୍ଡ ପତ୍ର ଯାଞ୍ଚ କରିବାସହ ବାଳାଶ୍ରମ ର ଅନ୍ତେବାସୀ ମାନଙ୍କ ସହ ମିଶି ସେମାନଙ୍କ ପାଠପଢା, ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ  । ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ସହିତ ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ ସେମାନଙ୍କୁ ପରାମର୍ଶ ଦେଇଥିଲେ  । ଏହି ଅବସରରେ ବାଳାଶ୍ରମ ର ଦଶମ ଶ୍ରେଣୀ ଛାତ୍ରୀ ପଦ୍ମିନୀ ମଲ୍ଲିକ ନିଜେ ସୁନ୍ଦର ଗୀତଟିଏ ଗାଇବା ସହ ନିଜ ହାତ ରେ ଅ।ଙ୍କିଥିବା ଚିତ୍ର ଗୁଡିକୁ ଦେଖାଇଥିଲେ  । ବବିତାରାଣୀ ପଦ୍ମିନୀ କୁ ପ୍ରଶଂସା କରିଥିଲେ  । ବାଲାଶ୍ରମରେ ଅନ୍ତେବାସୀ ଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଖାଦ୍ୟ ତାଲିକା ଦେଖିବା ସହ ରୋଷେଇ ଗୃହ, ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, ଭଣ୍ଡାର ଗୃହ, ଡର୍ମିଟରୀ, ଛାତ୍ରଛାତ୍ରୀ ଙ୍କ ଶୌଚାଳୟ ବୁଲି ଦେଖିଥିଲେ  । ବାଳାଶ୍ରମରେ ୬୦ଜଣ ଅନ୍ତେବାସୀ ଥିଲେ ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିଲା  । ଏହି ପରିଦର୍ଶନ ସମୟରେ ଅଧ୍ୟକ୍ଷ, ଶିଶୁ ମଙ୍ଗଳ ସମିତି, ସାକ୍ଷୀ ଗୋପାଳ ପ୍ରଧାନ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକ, ସାମାଜିକ କର୍ମୀ ସହଦେଵ ନାୟକ, ସମ୍ପାଦକ, ରାମକୃଷ୍ଣ ବାଳାଶ୍ରମ ନବୀନ ଚନ୍ଦ୍ର ବଘାର, ପରାମର୍ଶଦାତା ପ୍ରବୀଣ କୁମାର ହୋତା, ସୁପାରିନଟେଣ୍ଡେଣ୍ଟ ଜୟଶ୍ରୀ ସରାଫ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଏବଂ ବାଳାଶ୍ରମ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ  । ପରେ ପରେ ଅଧିକାରୀ ମାନେ ନୂତନ ଭାବେ ନିର୍ମିତ ହେଉଥିବା ବାଳ ସ୍ବଧାର ଗୃହ ର ସ୍ୱତନ୍ତ୍ର ଗୃହ ଏବଂ ପର୍ୟ୍ୟବେକ୍ଷଣ ଗୃହ ବୁଲି ଦେଖିଥିଲେ  ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories