www.samajalive.in
Monday, December 15, 2025
17.1 C
Bhubaneswar

୬୯ତମ ରାଜ୍ୟସ୍ତରୀୟ ମହିଳା ଭଲିବଲ ପ୍ରତିଯୋଗିତା, କିଟ୍‍କୁ ହରାଇ ଇଷ୍ଟକୋଷ୍ଟ ରେଲୱେ ଚମ୍ପିଆନ

ବୌଦ୍ଧ: ରାଜ୍ୟ ଭଲିବଲ ସଂଘ, ଜିଲା କ୍ରୀଡା ସଂସଦ ଏବଂ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିୟମଠାରେ ତିନିଦିନ ଧରି ଚାଲିଥିବା ୬୯ ତମ ରାଜ୍ୟସ୍ତରୀୟ ମହିଳା ଭଳିବଲ ପ୍ରତିଯୋଗିତା ଶନିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ କିଟ ବିଶ୍ୱବିଦ୍ୟାଳୟକୁ ହରାଇ ଇଷ୍ଟକୋଷ୍ଟ ରେଲୱେ ଚଳିତ ବର୍ଷର ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଇଷ୍ଟକୋଷ୍ଟ ରେଲୱେ ସିଧାସଳଖ ୨୫-୧୬, ୨୫-୧୮ ପଏଣ୍ଟରେ କିଟକୁ ହରାଇ ଏହି ପ୍ରତିଯୋଗିତାରେ ଚମ୍ପିଆନ ହୋଇଛି। ସେହିପରି ତୃତୀତ ସ୍ଥାନ ପାଇଁ କଟକ ଓ ପାରଦୀପ ପୋର୍ଟ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ କଟକ ଦଳ ବିଜୟ ଲାଭ କରି ତୃତୀୟସ୍ଥାନ ଅଧିକାର କରିଛି।

ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଓ ସମ୍ମାନୀତ ଅତିଥି ଭାବେ ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମେହେର, ରାଜ୍ୟ ଭଲିବଲ ସଂଘର କାର୍ଯ୍ୟକାରୀ ସଭାପତି ସଂଜୟ କୁମାର ଦାଶ, ସଂଘର ଉପସଭାପତି ସୟଦ ଅକମଲ ଅଲ୍ଲୀ, ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ ଓ ଜିଲା କ୍ରିଡା ସଂସଦର ସମ୍ପାଦକ ରବିନ୍ଦ୍ର କୁମାର ରାଉତ ପ୍ରମୁଖ ଯୋଗଦେଇ ଚମ୍ପିୟାନ ଦଳକୁ ଟ୍ରଫି ସହ ୧୮୦୦୦ ହଜାର ଟଙ୍କା ଓ ରନର୍ସ ଦଳକୁ ଟ୍ରଫି ସହ ୧୨୦୦୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଜିଲା କ୍ରିଡା ଅଧିକାରୀ ପବିତ୍ର କୁମାର ରାଉତ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।

- Advertisement -

ଏହି ପ୍ରତିଯୋଗିତାରେ ରାଜ୍ୟର ବଛାବଛା ୧୪ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାକୁ ମୁଖ୍ୟ ରେଫରୀ ଭାବରେ ସୁବୋଧ କୁମାର ଜେନା ପରିଚାଳନା କରିଥିବା ବେଳେ ଜାତୀୟ ରେଫରୀ ବିଭୁଧେନ୍ଦ୍ର ମାନସିଂହ, ମାନସ କୁମାର ମିଶ୍ର, ବୀରବର ଭଟ୍ଟ, ରୋସନ କୁମାର ସାହୁ, ସଂଜିବ କୁମାର ପଣ୍ଡା, ଦୀପକ କୁମାର ଭୋଇ, ରୋଜି ପ୍ରଧାନ, ଡି.ଶାନ୍ତିଲତା ରେଡୀ, ହେମନ୍ତ ବିଲୁଙ୍ଗ, ବିଷ୍ଣୁ ଶର୍ମା ସାହୁ ଓ ସ୍ଥାନୀୟ କ୍ରିଡା ଶିକ୍ଷକ ଅମ୍ବରୀଶ ପ୍ରଧାନ, ଅରୁଣ କୁମାର ପୁଟ୍ଟା, ସୁରେନ୍ଦ୍ର ନାଥ ସାହୁ, ଦଶରଥ ଭୋଇ, ମନୋଜ କୁମାର ଗାଇଗୌରିଆ, ମମତା ଦାଶ, ଗାୟତ୍ରୀ ବେହେରା ଓ ବନ୍ଦିତା ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories