www.samajalive.in
Monday, December 15, 2025
27.1 C
Bhubaneswar

ଆନନ୍ଦ ଉଲ୍ଲାସରେ ପାଳିତ ହେଲା ଶ୍ରୀ ଚିତ୍ରଗୁପ୍ତ ପୂଜା

ବୌଦ୍ଧ: ପବିତ୍ର ଯମ ଦ୍ବିତୀୟାରେ ବୌଦ୍ଧ ଜିଲ୍ଲା କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ମାତଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପାଳିତ ହେଲା ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାରାଜଙ୍କ ପୂଜୋତ୍ସବ। ଜିଲ୍ଲା କରଣ ସମାଜର ସଭାପତି ଫଣି ରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଜିଲ୍ଲାରେ ରହୁଥିବା ସମସ୍ତ କରଣ ସମାଜ ର ସମସ୍ତ ପରିବାର ସହିତ ସୁସମ୍ପର୍କ ଗଢିବା ସହ ଯେଉଁ ପରିବାର ଅଭାବ ଅନାଟନ ମଧ୍ୟରେ କାଳାତିପାତ କରୁଛନ୍ତି ତାଙ୍କ ନିକଟକୁ ଯାଇ ତାଙ୍କ ସହିତ ସମନ୍ୱୟ ରଖିବା ଓ ଯୋଗାଯୋଗ ରଖିବା ସହ ଭାବର ଆଦାନ ପ୍ରଦାନ କରାଯାଇ ପାରିବ ସେ ସମ୍ପର୍କରେ ମତବ୍ୟକ୍ତ ରଖିଥିଲେ। ଆଗାମୀ ଦିନରେ କିଭଳି ଜିଲାର କୋଣ ଅନୁକୋଣରେ ବସବାସ କରୁଥିବା ଜାତିଭାଇଙ୍କ ସହ ଭାଇଚାରା ଓ ସମନ୍ୱୟ ସମ୍ପର୍କ ରକ୍ଷା କରିବା ସହିତ ତାଙ୍କର ଦୁର୍ଦ୍ଦିନ ସମୟରେ ପାଖରେ ଠିଆ ହେବା ସହିତ ମିଳିତ ଭାବରେ ସହାୟତା ଯୋଗାଇଦେବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା।

ଏହି ପୂଜୋତ୍ସବ କାର୍ୟ୍ୟକ୍ରମରେ ସଂଘର ସମ୍ପାଦକ ପ୍ରଦିପ କୁମାର ମହାନ୍ତି, ବରିଷ୍ଠ ସଦସ୍ୟ ରିପୁଚନ୍ଦ୍ର ଦାସ, ବିପ୍ରଚରଣ ମହାନ୍ତି, ସପ୍ନେଶ୍ୱର ମହାନ୍ତି, ନାରାୟଣ ପ୍ରସାଦ ପରିଜା, ହରିଶ୍ଚନ୍ଦ୍ର ପଟ୍ଟନାୟକ, ପ୍ରଫୁଲ୍ଲ ପଟ୍ଟନାୟକ, ଯୋଗେଶ ପ୍ରସାଦ ଦାନୀ, ନିବାସ ଚନ୍ଦ୍ର ଦାନୀ, ଜୟ ନାରାୟଣ ମହାନ୍ତି ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଜାତିଭାଇ ଯୋଗ ଦେଇଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories