କଂଟାବାଞ୍ଜି: ନୂତନ ସଂଗଠିତ କଂଟାବାଞ୍ଜି କରଣ ସମାଜର ୧୨ବର୍ଷ ପୂର୍ତି ଅବସରରେ କ୍ରମାଗତ ଦ୍ୱାଦଶତମ ରଙ୍ଗଦେବଶ୍ରୀ ଚିତ୍ରଗୁପ୍ତଦେବଙ୍କ ପୂଜାର୍ଚ୍ଚନା ଆଦି ପବିତ୍ର ଯମଦ୍ୱିତୀୟାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଐତିହାସିକ ତଥା ପର୍ଯ୍ୟଟନସ୍ଥଳ ପୁଞ୍ଜିପଥର ଠାରେ ପୂଜା ହେଉଥିବା ବେଳେ ଚଳିତ ବର୍ଷ ଏକ ଘରୋଇ ପ୍ରକୃତିଭରା ଏକ ବଗିଚାରେ ଅନୁଷ୍ଠିତ ହୋଇଥିଲା। କଂଟାବାଞ୍ଜି ମହାବିଦ୍ୟାଳୟର ଅଧ୍ୟାପକ ରାଜେଶ ମହାନ୍ତି ପୂଜାସେର କର୍ତା ରୂପେ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ ସମାଜର ଶତାଧିକ ମହିଳା ପୁରୁଷ ସମେତ ପୁଅଝିଅ ମାନେ ଯୋଗଦେଇଥିଲେ। ଏହି ପୂଜାତ୍ସବରେ ରଙ୍ଗୋଲି(ଝୁଟି), ବାଳ ସଂଗୀତ, ମ୍ୟୁଜିତକାଲ ଚେୟାର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଉପସ୍ଥିତ ଛୋଟ ଛୋଟ ପୁଅ ଝିଅମାନେ ଅଂଶଗ୍ରହଣ କରିଥିଲେ। ପରେ ସମାଜର ଅଧିବେସନରେ ସ୍ଥାୟୀ ଆକାର୍ଷଣୀୟ ମନ୍ଦିର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ପରେ ଅନ୍ନଭୋଗ ଗ୍ରହଣ କରିଥିଲେ।
ସମାଜରେ କନ୍ୟାସନ୍ତାନର ହ୍ରାସ ପଉଥିବା ଅନୁଭୋଗ କରି କନ୍ୟାସନ୍ତାନର ବୃଦ୍ଧିପାଇଁ ସଭାପତି ପୂର୍ଣ୍ଣାନନ୍ଦ ମହାନ୍ତି ଅନୁରୋଧ କରିଥିଲେ। ସମାଜର ସମାଜିକ କାର୍ଯ୍ୟକଳାପରେ ସମାଜ ସବୁବେଳେ ଆଗ୍ରହ ପ୍ରକାଶକରୁଥିବା ସଂପାଦକ ବିଶ୍ୱନାରାୟଣ ବହିଦାର ଓ ପୂର୍ବତନ ସଂପାଦକ ଶିବାଜୀ ମହାନ୍ତି ଅଧିବେସନରେ ଘୋଷଣା କରିଥିଲେ। ଏହି ପୂଜନୋତ୍ସବରେ ଓ ଅଧିବେସନରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସଂପାଦକ ସୁରେଶ ମହାନ୍ତି, ଉପସଭାପତି କମଲେଶ ମହାନ୍ତି ଓ ରାଜୀବ ମହାନ୍ତି, କୋଷାଧ୍ୟକ୍ଷ ଭୁବନାନନ୍ଦ ମହାନ୍ତି, ସହ ସଂପାଦକ ନିଲୁ ଦାସ, ବରିଷ୍ଠ ଉପଦେଷ୍ଟା ସୁବାସ ବେହେରା, କୃପାସିନ୍ଧୁ ବହିଦାର, ପ୍ରହାଲ୍ଲାଦ ବହିଦାର, ସତ୍ୟନାରାୟଣ ଜାନି, ସୁଧିର କୁମାର ପାଣି, ସନ୍ତୋଷ ମହାନ୍ତି, ଅଚ୍ୟୁତ ମହାନ୍ତି, ସମେତ ମହିଳା ପୁରୁଷ ସଦସ୍ୟ ଉପସ୍ଥିତ ଥିଲେ।



