www.samajalive.in
Sunday, December 14, 2025
23.1 C
Bhubaneswar

ସାଧାରଣ ବିବାଦରୁ ତୁମୁଳକାଣ୍ଡ, ବ୍ରହ୍ମଗିରି ସାତପଡ଼ା ଅଞ୍ଚଳରେ ବୋମାମାଡ଼

ବ୍ରହ୍ମଗିରି: ସାତପଡ଼ା ଅଞ୍ଚଳର ନାଥପୁରରେ ବୋମାମାଡ଼। ନିର୍ଦ୍ଧିଷ୍ଟ ଗୋଷ୍ଠୀ ଦ୍ବାରା ୨୦ରୁ ଊର୍ଦ୍ଧ୍ବ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଜମି ଦବରଦଖଲକୁ ନେଇ ଉତ୍ତେଜନାରୁ ବୋମାମାଡ଼ କରାଯାଇଛି। ୩୫ ମୌଜାର ଜମିକୁ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ୩୫ ମୌଜାର ଲୋକେ ଏ ନେଇ ବୈଠକ ଡାକିଥିଲେ। ନିର୍ଦ୍ଧିଷ୍ଟ ଗୋଷ୍ଠୀର ଲୋକଙ୍କୁ ବୈଠକକୁ ଡକାଯିବାରୁ ଉତ୍ତେଜନା ପ୍ରକାଶ ପାଇଛି। ପୁରୀ ଅତିରିକ୍ତ ଏସପି, ଏସଡିପିଓ ଏବଂ ବ୍ରହ୍ମଗିରି ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ବହୁଦିନର ବ୍ୟବଧାନରେ ବ୍ରହ୍ମଗିରି ଅଞ୍ଚଳରେ ବୋମା ମାଡ଼ ହୋଇଛି। ନାଥପୁରର ଦଳିତ ବସ୍ତିର ଲୋକେ ବୋମା ମାଡ଼ କରିଥିବା ସୂଚନା ମିଳିଛି। ଲୋକେ ୩୫ ମୌଜାର ଜମିକୁ ଜବରଦଖଲ କରିଛନ୍ତି। ୩୫ ମୌଜାର ଲୋକେ ଦଳିତ ଲୋକଙ୍କୁ ବୈଠକକୁ ଡ଼ାକିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ୩୫ ମୌଜା ବୈଠକକୁ ଦଳିତ ବସ୍ତିର ଲୋକ ଆସିବାରୁ ବିବାଦର ସୁତ୍ରପାତ ଆରମ୍ଭ ହୋଇଥିଲା। କାହିଁକି ଦଳିତ ଲୋକ ବୈଠକରେ ଉପସ୍ଥିତ ରହିଲେ ସେନେଇ କିଛି ଲୋକ ପ୍ରଶ୍ନ ଉଠାଇଥିଲେ। ସାଧାରଣ ବିବାଦରୁ ତୁମୁଳକାଣ୍ଡ ହୋଇଥିଲା। ସେପଟେ ଭଉୟ ଗୋଷ୍ଠୀ ପାଖରେ ବୋମା, ବନ୍ଧୁକ ମହଜୁଦ ରଖିଥିଲେ। ଘଟମାସ୍ଥଳରେ ପରିସ୍ଥିତି ଉଦବେଗ ଜନକ ହୋଇଥିଲା। ଏହାର ସୁଯୋଗ ନେଇ କିଛି ଲୋକ ସିରିଜ ବୋମା ମାଡ଼ କରିଥିବା ଜଣାପଡ଼ିଛି। ଏହି ଘଟଣାରେ କେହି ଆହତ ହୋଇଥିବା ସୂଚନା ମିଳିପାରିନାହିଁ। ଅନ୍ୟପଟେ ପରିସ୍ଥିତିକୁ ନଜରରେ ରଖି ଘଟଣା ସ୍ଥଳରେ ୧୦୦ ରୁ ଉର୍ଦ୍ଧ ପୋଲିସ ମୁତୟନ ହୋଇଥିବାବେଳେ ପୁରୀ ଅତିରିକ୍ତ ଏସପି, ଏସଡିପିଓ ଓ ବ୍ରହ୍ମଗିରି ଆଇଆଇସି ଉପସ୍ଥିତ ଅଛନ୍ତି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories