ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଦେବାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବୌଦ୍ଧ : ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ନବନିର୍ମିତ ମନ୍ଦିର ଗୁଡିକରେ ବିଭିନ୍ନ ଦେବାଦେବୀଙ୍କ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି। ତିନିଦିନ ଧରି ହେବାକୁ ଥିବା ଏହି ଉତ୍ସବରେ ନୂତନ ଭାବରେ ନିର୍ମାଣ କରାଯାଇଥିବା ଚାରିଗୋଟି ମନ୍ଦିରରେ ଗଣେଶ, ନବଗ୍ରହ, ଲକ୍ଷ୍ମୀ ଓ ବିମଳାଙ୍କ ମୂର୍ତ୍ତି ସ୍ଥାପନ କରାଯିବ ବୋଲି ଜଣାପଡିଛି। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହି ପ୍ରତିଷ୍ଠା ଉତ୍ସବ ଆୟୋଜନ କରାଯାଉଥିବାବେଳେ ମୁଖ୍ୟ କର୍ତ୍ତା ଭାବରେ ସୂର୍ଯ୍ୟେନ୍ଦ୍ର କୁମାର ଶତପଥୀ ଓ ତାଙ୍କ ପତ୍ନୀ ସୌଦାମିନୀ ଶତପଥୀ ଦାୟିତ୍ୱ ନିର୍ବାହ କରୁଥିବାବେଳେ ବିମଳାଙ୍କ ମନ୍ଦିରରେ କର୍ତ୍ତା ଭାବରେ ବିଶ୍ୱଜିତ ମିଶ୍ର ଓ ତାଙ୍କ ପତ୍ନୀ ପୂର୍ଣ୍ଣମାସୀ ମିଶ୍ର, ଲକ୍ଷ୍ମୀ ମନ୍ଦିରର କର୍ତ୍ତା ଭାବରେ ରାଜେଶ ଅଗ୍ରୱାଲା ଓ ତାଙ୍କ ପତ୍ନୀ ଲଳିତା ଅଗ୍ରୱାଲା,ନବଗ୍ରହ ମନ୍ଦିରରେ କର୍ତ୍ତା ଭାବରେ ଦେବାଶିଷ ପୁରୋହିତ ଓ ତାଙ୍କ ପତ୍ନୀ ସଂଯୁକ୍ତାରାଣୀ ପଣ୍ଡା ଓ ଶ୍ରୀଗଣେଶଙ୍କ ମନ୍ଦିରରେ ପୁରୁଷୋତ୍ତମ ସାହୁ ଏବଂ ତାଙ୍କ ପତ୍ନୀ ସ୍ୱର୍ଣ୍ଣଲତା ସାହୁ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେହିପରି ମୁଖ୍ୟ ପୂଜକ ଭାବରେ ରାମଚନ୍ଦ୍ର ପାଣିଗ୍ରାହୀ ଓ ପୂଜକ ଭାବରେ ରଂଜିତ ହୋତା,ଶଶାଙ୍କ ଶେଖର ମିଶ୍ର,ବିଭୁଦତ୍ତ ଶତପଥୀ,ହରି ଶତପଥୀ, ବିହାରୀ ମହାରାଜ ଓ ବ୍ରହ୍ମା ଶତପଥୀ ଦାୟିତ୍ୱ ନିର୍ବାହ କରୁଛନ୍ତି।

 

ଶନିମନ୍ଦିର କମିଟି ପକ୍ଷରୁ ନବଗ୍ରହଙ୍କ ବିଗ୍ରହ ପ୍ରଦାନ କରାଯାଇଥିବାବେଳେ ବିଶ୍ୱଜିତ ମିଶ୍ର ବିମଳାଙ୍କ ବିଗ୍ରହ,ଥାନା ଅଧିକାରୀ ତପସ୍ୱିନୀ କହଁର ଶ୍ରୀଗଣେଶଙ୍କ ବିଗ୍ରହ ଓ ଦୁର୍ଗାପ୍ରସାଦ ଅଗ୍ରୱାଲା ଲକ୍ଷ୍ମୀଙ୍କ ବିଗ୍ରହ ପ୍ରଦାନ କରିଥିବା ଜଣାଯାଇଛି। ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସରେ ସକାଳୁ ମହାନଦୀ ଘାଟରୁ ୧୦୮ କଳସୀ ପାଇଁ ପାଣି ଅଣାଯାଇ ଯଜ୍ଞମଣ୍ଡପରେ ସ୍ଥାପନପରେ ପ୍ରଥମେ ସୂର୍ଯ୍ୟ ପୂଜା କରାଯାଇଥିଲା। ପରେ ଗୋ ପୂଜନ କରାଯାଇ ଯଜ୍ଞମଣ୍ଡପଠାରେ ଦିନ ତମାମ ପୂଜାର୍ଚ୍ଚନା କରାଯାଇଥିଲା। ତିନିଦିନ ଧରି ଏହି ପୂଜାର୍ଚ୍ଚନା କରାଯିବାପରେ ତୃତୀୟ ଦିବସରେ ବିଗ୍ରହ ସ୍ଥାପନ କରାଯିବ ବୋଲି ଜଣାପଡିଛି। ବ୍ରାହ୍ମଣ ସମାଜର ସଭାପତି ଗୁରୁ ପ୍ରସାଦ ଦାଶଙ୍କ ସମେତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଅଖିଳଚାନ୍ଦ ମହାପାତ୍ର,ଶଙ୍କର ପ୍ରସାଦ ପୁରୋହିତ,ଶଶାଙ୍କ ଶେଖର ମିଶ୍ର,ନିରୋଜ କୁମାର ମିଶ୍ର,ସଜ୍ଜନ କୁମାର ଅଗ୍ରୱାଲା,ଅଞ୍ଜନ କୁମାର ସାହୁ,ଆଶୁତୋଷ ମହାପାତ୍ର ଓ ଗୌର ପ୍ରଧାନ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି।

Comments are closed.