www.samajalive.in
Sunday, December 7, 2025
14.1 C
Bhubaneswar

ବୌଦ୍ଧ ଜିଲା: ୧୯୬୦ଶହ ହେକ୍ଟର ଚାଷ ଜମିରେ ହେବ ରବିଧାନ ଚାଷ

ବୌଦ୍ଧ : ବୌଦ୍ଧ ଏକ କୃିଷି ପ୍ରଧାନ ଜିଲା ହୋଇଥିବା ବେଳେ ଜିଲାରେ ପ୍ରାୟ ଅଶି ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଶିଳ୍ପ ବିହିନ ଏହି ଜିଲାରେ ଚାଷୀ ଧାନ ଚାଷ ସହିତ ବିଭିନ୍ନ ଡାଲି ଜାତୀୟ ଓ ପରିବା ଜାତୀୟ ଫସଲ ଚାଷ କରି କରି ଦି ପଇସା ରୋଜଗାର କରି ପରିବାର ପ୍ରତିପଷୋଣ କରିଥାନ୍ତି। ହେଲେ ଜିଲାରେ ପର୍ଯ୍ୟାପ୍ତ ପରିମାଣର ଜଳ ସଂପଦ ଭରି ରହିଥିଲେ ମଧ୍ୟ ତାହାର ସୁବିନିଯୋଗ ହୋଇପାରୁନାହିଁ। ଜିଲାରେ ମହାନଦୀ, ବାଘନଦୀ, ସାଲୁଙ୍କି, ତେଲନଦୀ ଭଳି ଓଡିଶାର ପ୍ରମୁଖ ଚିରସ୍ରୋତା ନଦୀମାନ ବୋହି ଯାଇଥିଲେ ମଧ୍ୟ ଏହାର ଜଳକୁ ଜଳସେଚନ ପାଇଁ ପର୍ଯ୍ୟାପ୍ତ ଭାବରେ ବ୍ୟବହାର କରାଯାଇ ପାରୁନାହିଁ।

ଯାହାଫଳରେ ଜିଲାର ଚାଷୀମାନେ ଖରିଫ ଚାଷ ପାଇଁ ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିବାବେଳେ ରବି ଚାଷ ପାଇଁ ଜଳ ସେଚନର ସୁବିଧା ନ ଥିବାରୁ ଚାଷୀ ରବି ଧାନ ଚାଷ କରିବାରୁ ବଞ୍ଚିତ ହେଉଛନ୍ତି। ଜମିକୁ ଜଳ ଅଭାବରୁ ରବିରେ ଚାଷୀ ହାତବାନ୍ଧି ବସିରହୁଛି। ଜିଲାର ଭୈାଗଳିକ ସ୍ଥିତିକୁ ଦେଖିଲେ ଜିଲାରେ ୩ଲକ୍ଷ ୫୮ ହଜାର ୨୯୨ ହେକ୍ଟର ଜମି ରହିଛି। ସେଥିମଧ୍ୟରୁ ଅଧିକାଂଶ ଜମିରେ ପାହଡ ପର୍ବତ ଭରି ରହିଛି। ସେଥିମଧ୍ୟରୁ ୮୫ ହଜାର ୧୮୦ ହେକ୍ଟର ଜମିରେ ଚାଷ କରାଯାଇଥାଏ।

- Advertisement -

ଚଳିତ ବର୍ଷ ଜିଲାରେ ୧୯୬୦ ହେକ୍ଟର ଚାଷ ଜମିରେ ରବି ଧାନ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ବୌଦ୍ଧ ବ୍ଲକରେ ୩୦୦ ହେକ୍ଟର ଚାଷ ଜମିରେ ଧାନ ଚାଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ହରଭଙ୍ଗା ବ୍ଲକରେ ୨୮୦ ଓ କଣ୍ଟାମାଳ ବ୍ଲକର ୧୩୮୦ ହେକ୍ଟର ଜମିରେ ରବି ଧାନ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପାଣିର ସମସ୍ୟା ପାଇଁ ଅନେକ ସ୍ଥାନରେ ଚାଷ କାମ ପଛେଇଥିବାର ଜଣାପଡିଛି ।

ଜଳସେଚନର ପର୍ଯ୍ୟାପ୍ତ ସୁବିଧା ନଥିବାରୁ ବିଶେଷ କରି ନଦୀକୂଳମାନଙ୍କରେ ରବି ଫସଲମାନ ହେଉଛି। ଜଳ ସେଚନର ଅସୁବିଧା ଯୋଗୁଁ ଚାଷୀ ସବୁବେଳେ ପାଣିର ସମସ୍ୟାର ସମ୍ମୁଖୀନ ହେଉଛି। ବିଶେଷ ଭାବରେ ଲିଫଟ ପଏଣ୍ଟ ଥିବା ସ୍ଥାନମାନଙ୍କରେ ଚାଷ କରାଯାଉଛି। ଯାହାଫଳରେ ଚାଷ ପ୍ରତି ଚାଷୀ ଆସ୍ତେ ଆସ୍ତେ ବିମୁଖ ହେବାରେ ଲାଗୁଛି। ତେଣୁ ପ୍ରଶାସନ ଜିଲ୍ଲାର ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଜଳସେଚନର ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories