www.samajalive.in
Sunday, December 7, 2025
13.1 C
Bhubaneswar

ଶିଳ୍ପ ପାଇଁ ନିରାପଦ କାର୍ଯ୍ୟକ୍ଷେତ୍ର ନିର୍ଦ୍ଦେଶାବଳୀ ପୁସ୍ତିକା ଉନ୍ମୋଚିତ

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଏବଂ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ‘କରୋନା ସମୟରେ ଶିଳ୍ପ ପାଇଁ ନିରାପଦ କାର୍ଯ୍ୟକ୍ଷେତ୍ର ନିର୍ଦ୍ଦେଶାବଳୀ’ ସମ୍ବଳିତ ଏକ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ନିତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି.କେ ପଲ ଉପସ୍ଥିତ ଥିଲେ।

- Advertisement -

ଏହି ଅବସରରେ ନିଜର ଖୁସି ବ୍ୟକ୍ତ କରି ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି, ଏହି ନିର୍ଦ୍ଦେଶାବଳୀ ପ୍ରଶଂସନୀୟ ଏବଂ ସମୟାନୁବର୍ତ୍ତୀ। ଏହା ଶିଳ୍ପ ଶ୍ରମିକମାନଙ୍କ କଲ୍ୟାଣରେ ସହାୟକ ହେବ। ନିଯୁକ୍ତିଦାତା ଏବଂ ଶ୍ରମିକମାନେ ସେମାନଙ୍କ ପରିସରରେ ଥିବା ବ୍ୟକ୍ତିଗତ କର୍ମକ୍ଷେତ୍ରରେ କରୋନାର ବିପଦ ସ୍ତର ଚିହ୍ନଟ କରିବାରେ ଏବଂ ଉପଯୁକ୍ତ ନିୟନ୍ତ୍ରଣ ପଦକ୍ଷେପ ନିର୍ଣ୍ଣୟ କରିବାରେ ସାହାଯ୍ୟ କରିବା ପାଇଁ ଏହି ନିର୍ଦ୍ଦେଶାବଳୀ କାର୍ଯ୍ୟ କରିବ। ଏହି ନିର୍ଦ୍ଦେଶାବଳୀଗୁଡିକ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଗୁଡ଼ିକୁ ଏକତ୍ର କରି ଶ୍ୱାସକ୍ରିୟା ସ୍ୱଚ୍ଛତା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ଏବଂ କାର୍ଯ୍ୟକ୍ଷେତ୍ରର ବାରମ୍ବାର ପରିମଳ ପରି ସଂକ୍ରମଣ ନିୟନ୍ତ୍ରଣ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଛି ବୋଲି ସେ କହିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଶ୍ରମିକମାନଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ। ଦେଶ ଅର୍ଥନୈତିକ କାର୍ଯ୍ୟକଳାପର ଅନଲକ୍ ଆଡକୁ ଗତି କରୁଥିବାରୁ ଶିଳ୍ପ ପରିସର ମଧ୍ୟରେ ନିର୍ଦ୍ଦେଶାବଳୀ ପାଳନ କରାଯିବା ଜରୁରୀ ଅଟେ। ସେ କହିଛନ୍ତି ଯେ କରୋନା ବିରୋଧୀ ଲଢେଇରେ ଭାରତ ଅନେକ ବିକଶିତ ଦେଶ ଅପେକ୍ଷା ବହୁତ ଭଲରେ ଅଛି। କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଆରୋଗ୍ୟ ହାର ଏବଂ କ୍ରମଶ ହ୍ରାସ ହେଉଥିବା ମୃତ୍ୟୁ ହାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳ ଦ୍ୱାରା ଅନୁସରଣ କରାଯାଉଥିବା କରୋନା ରଣନୀତିର ସଫଳତା ପ୍ରମାଣିତ କରିଛି। ସେ କରୋନା ରୋଗୀଙ୍କୁ ସେବା ଯୋଗାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଇଏସଆଇସି ଡାକ୍ତରଖାନାକୁ ମଧ୍ୟ ପ୍ରଶଂସା କରିଛନ୍ତି।

ଶ୍ରମ ରାଷ୍ଟ୍ର ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର କହିଛନ୍ତି ଯେ ଶିଳ୍ପ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏହି ନିର୍ଦ୍ଦେଶାବଳୀ ଲୋକଙ୍କୁ ଉତ୍ସାହିତ କରିବ। ବର୍ତ୍ତମାନର ପରିସ୍ଥିତି ପାଇଁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିବା ଏବଂ ଉପଯୁକ୍ତ ଆଚରଣ ବିଷୟରେ ସଚେତନତା କରିବା ଜରୁରୀ ଅଟେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories