www.samajalive.in
Monday, December 15, 2025
17.1 C
Bhubaneswar

ସଜେଇ ହେଉଛି ସ୍ମାର୍ଟସିଟି ଭୁବନେଶ୍ୱର: ଖାଲଥିବା ଅସଜଡ଼ା ସ୍ଥାନକୁ ସଜାଡ଼ିବାକୁ ନିର୍ଦେଶ, ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣକୁ ଗୁରୁତ୍ବ

ଭୁବନେଶ୍ୱର: ଆସନ୍ତା ବର୍ଷ ଜାନୁଆରୀ ୮ରୁ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରବାସୀ ଭାରତୀୟ ଦିବସ। ଭୁବନେଶ୍ୱର ଜନତା ମୈଦାନରେ ୩ ଦିନ ଧରି ଚାଲିବ ଏହି ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହେବେ। ଏହା ସହିତ ସାରା ବିଶ୍ୱରୁ ଓଡ଼ିଶାକୁ ଅତିଥିମାନଙ୍କର ଭବ୍ୟ ଆଗମନ ହେବ। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଦୃଷ୍ଟିରେ ରଖି ସଜେଇ ହେଉଛି ସ୍ମାର୍ଟସିଟି ଭୁବନେଶ୍ୱର। ତୁରନ୍ତ ଖାଲଥିବା ଅସଜଡ଼ା ସ୍ଥାନକୁ ସଜାଡ଼ିବାକୁ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର।

ଏହି ସମ୍ମିଳନୀ ପାଇଁ ରାଜଧାନୀ ସଜେଇ ହେବା ସହିତ ବିଭିନ୍ନ ସ୍ଥାନ ସଫେଇ ହେଉଛି। ରାସ୍ତାକାମ ଓ ସଫେଇ ସହିତ ସାଜସଜ୍ଜା ନେଇଥିବା ଅଧିକାରୀ ଏବଂ ଏହି ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କ ସହିତ ମନ୍ତ୍ରୀ ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି। ତୁରନ୍ତ ଖାଲସ୍ଥାନ ଓ ଅସଜଡ଼ା ସ୍ଥାନକୁ ସଜାଡ଼ିବା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର। ସହରକୁ ସଫା ରଖିବା ସହିତ ବିମାନବନ୍ଦରରୁ ପ୍ରଦର୍ଶନୀ ପଡ଼ିଆ ସମେତ ନନ୍ଦନକାନନ ଏବଂ ରାଜଧାନୀର କିଛି ଅଞ୍ଚଳ ବୁଲିଛନ୍ତି ବିଭାଗୀୟ ମନ୍ତ୍ରୀ। ପ୍ରବାସୀ ଖାଇବେ ପାରମ୍ପରିକ ଓଡ଼ିଆ ଖାଦ୍ୟ। ଦେଶୀ ଖାଦ୍ୟର ମଜ୍ଜା ନେବେ ପ୍ରବାସୀ। ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ସହ ଫୁଡଫେଷ୍ଟ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନିଜର ପାରିପାର୍ଶିକ ଅଞ୍ଚଳକୁ ସଫାସୁତୁରା ରଖିବା ପାଇଁ ରାଜଧାନୀରେ ଥିବା କର୍ପୋରେଟ ଅଫିସ ସମେତ ବିଭିନ୍ନ ଅଫିସ ଓ ବ୍ୟବସାୟୀଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର।

- Advertisement -

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଅତିଥିମାନେ ବିମାନବନ୍ଦରରୁ ବାହାରି ନନ୍ଦନକାନନ ପର୍ଯ୍ୟନ୍ତ ଯିବେ। ଏସବୁ ଅଂଚଳରେ ଯେଉଁଠି ଡ୍ରେନ ମୁକୁଳା ଥିବ ସେଠାରେ ତତ୍କାଳ ସ୍ଲାବ ପଡ଼ିବା ବ୍ୟବସ୍ଥା ହୋଇଛି। ତା’ ସହିତ ଗଛ, ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ ସବୁକଥାକୁ ତଦାରଖ କରାଯାଉଛି। ଏଥିରେ ଆମ ଓଡ଼ିଆ ଅସ୍ମିତାର କଥା ଅଛି। ଓଡ଼ିଶାର ସ୍ୱାଭିମାନର କଥା ଅଛି। ତେଣୁ ଏହାକୁ ସରସ ସୁନ୍ଦର କିଭଳି ହୋଇପାରିବ ଏବଂ ସବୁଠୁ ଭଲ ହୋଇପାରିବ, ସେଥିପାଇଁ ଆମେ ସମସ୍ତେ ଚେଷ୍ଟା କରୁଛୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଉପରେ ବାରମ୍ବାର ସମୀକ୍ଷା କରୁଛନ୍ତି।

ମୁଖ୍ୟମନ୍ତ୍ରୀ ମଧ୍ୟ ଦେଖୁଛନ୍ତି ଏବଂ ସମସ୍ତ ମନ୍ତ୍ରୀମାନେ ମଧ୍ୟ ଏ କାମରେ ଲାଗିଛନ୍ତି। ତେଣୁ ଆମେ ମଧ୍ୟ ତଦାରଖ କରଛୁ। ଆଜି ଭୁବନେଶ୍ୱର ଦେଖୁଛୁ, ଆସନ୍ତାକାଲି କଟକ ଓ ତା’ପରେ ପୁରୀ ଯାଇ ତଦାରଖ କରିବା ସହିତ କେମିତି ଏହା ଠିକ ଢ଼ଙ୍ଗରେ ହୋଇପାରିବ ସେଥିପ୍ରତି ଧ୍ୟାନ ଦିଆଯିବ। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପାଇଁ ୧୦ହଜାର ଲୋକଙ୍କ ରହିବା ବ୍ୟବସ୍ଥା ହୋଇଛି। ପର୍ଯ୍ୟଟନ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ବ୍ୟବସ୍ଥା ସହ ସବୁକଥାକୁ ତଦାରଖ କରିବା ପାଇଁ ଆମ ପୂରା ସରକାର ଏଥିରେ ଲାଗିଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ୨୦୨୫ ପ୍ରବାସୀ ଭାରତୀୟ ଦିବସ ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ସାରା ବିଶ୍ୱରୁ ଓଡ଼ିଶାକୁ ଅତିଥିମାନଙ୍କର ଭବ୍ୟ ଆଗମନ ହେବ। ସେମାନେ ଓଡ଼ିଶାର ଐତିହ୍ୟ, ସଂସ୍କୃତି ସହ ଯୋଡ଼ିହେବାର ସୁଯୋଗ ପାଇବେ। ସେହି ସମୟରେ ଆମେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରିବୁ। ପୁଷ୍ପ ପ୍ରଦର୍ଶନୀ, ଫୁଡ ଫେଷ୍ଟିଭାଲ କରି ଅତିଥିଙ୍କୁ ଆପ୍ୟାୟିତ କରିବୁ। ଅତିଥିଙ୍କ ରହିବା, ଯାତାୟାତ, ସୁରକ୍ଷା ଆଦି ବିଷୟକୁ ଗୁରୁତ୍ୱ ଦେଉଛୁ। ପ୍ରବାସୀ ଭାରତୀୟ ଦିବସକୁ ସ୍ମରଣୀୟ କରିବା ଆମର ଲକ୍ଷ୍ୟ। ସାରା ବିଶ୍ୱରେ ଆମ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ପ୍ରମୁଖ ଭୂମିକା ନେବ।

ପ୍ରବାସୀ ଭାରତୀୟ ଦିବସକୁ ଧ୍ୟାନରେ ରଖି ଆମ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଜାନୁଆରୀ ୫ ତାରିଖରୁ ଆଦିବାସୀ ମେଳାର ଆୟୋଜନ କରିବାକୁ ଯାଉଛି । ଚଳିତ ବର୍ଷର ଆଦିବାସୀ ମେଳାକୁ ସ୍ବତନ୍ତ୍ର ଭାବରେ ପ୍ରବାସୀ ଭାରତୀୟ ଦିବସକୁ ଧ୍ୟାନରେ ରଖି ଆୟୋଜିତ କରାଯିବ । ସହରରେ ଆଦିବାସୀ ଗ୍ରାମ, ଆଦିବାସୀ ହାଟ, ଜନଜାତି ଖାଦ୍ୟପେୟ, ଲାଇଭ୍ ଡେମନଷ୍ଟ୍ରେସନ୍, ସ୍ବତନ୍ତ୍ର ବିର୍ସା ମୁଣ୍ଡା ପାଭିଲିୟନ୍ ଆଦି ଅନେକକୁ ଚଳିତ ବର୍ଷ ଆଦିବାସୀ ମେଳାର ସ୍ଥାନ ଦିଆଯାଉଛି । ବର୍ତ୍ତମାନ ଏସବୁର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories