www.samajalive.in
Monday, December 15, 2025
15.1 C
Bhubaneswar

ତାମିଲନାଡୁରେ ନିର୍ଯାତିତ ୭ ଶ୍ରମିକ ଉଦ୍ଧାର

ବାଣପୁର : ଅଧିକ ଅର୍ଥ ରୋଜଗାରର ପ୍ରଲୋଭନରେ ତାମିଲନାଡୁ ଯାଇ ସେଠାରେ ୩ମାସ ଧରି ନିର୍ଯାତନାର ଶିକାର ହୋଇ ଫେରିଥିବା ୨ ନାବାଳିକାଙ୍କ ସହ ୪ ଯୁବତୀ ଓ ଜଣେ ଯୁବକଙ୍କୁ ମଙ୍ଗଳବାର ରାତିରେ ବାଲୁଗାଁ ବସ୍‍ଷ୍ଟାଣ୍ଡ ନିକଟରୁ ପୁଲିସ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକଙ୍କ ଘର କେନ୍ଦୁଝର ଜିଲା ନୟାକୋଟ୍‍ ଥାନା ଅନ୍ତର୍ଗତ କେନ୍ଦୁଘାଟି ଗ୍ରାମରେ। ଏହି ଘଟଣାରେ ୩ ଜଣ ଦଲାଲଙ୍କୁ ପୁଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଠିକାଦାର ବାଣପୁର ଥାନା ଓଡ଼ଗାଁ ଗ୍ରାମର ଅର୍ଜୁନ ପରିଡ଼ା ଫେରାର ହୋଇଯାଇଛି।
ପୁଲିସ ସୂଚନା ମୁତାବକ, କେନ୍ଦୁଝର ଜିଲା ନୟାକୋଟ ଥାନା କଦାକଳା ଗ୍ରାମର ଚକ୍ରଧର ସାହୁ ଭୁବନେଶ୍ୱରରେ ଅଧିକ ମଜୁରିର ପ୍ରଲୋଭନ ଦେଖାଇ ସ୍ଥାନୀୟ ଅଞ୍ଚଳର ନାବାଳିକା ଓ ଯୁବତୀଙ୍କ ପରିବାରକୁ ପ୍ରଲୋଭିତ କରି ଗତ ମାର୍ଚ୍ଚ ମାସରେ ୭ଜଣଙ୍କୁ ବାଲୁଗାଁ ଆଣି ବାଣପୁର ଓଡ଼ଗାଁର ଶ୍ରମିକ ଠିକାଦାର ଅର୍ଜୁନ ପରିଡ଼ାଙ୍କୁ ହସ୍ତାନ୍ତର କରିଥିଲେ। ଠିକାଦାର ଅର୍ଜୁନ ସେମାନଙ୍କୁ ଦୈନିକ ୩ଶହ ଟଙ୍କା ମଜୁରି ସହ ବିନା ମୂଲ୍ୟରେ ରହିବା ଓ ଖାଇବାର ପ୍ରତିଶ୍ରୁତି ଦେଇ ମାର୍ଚ୍ଚ ୨୦ ତାରିଖରେ ତାମିଲନାଡୁ ନେଇ ସେଠାରେ ଏକ କମ୍ପାନୀରେ ନିୟୋଜିତ କରିଥିଲେ। ସେଠାରେ ଶ୍ରମିକଭାବେ ୩ମାସ ୧୩ଦିନ କାମ କରିବା ପରେ ଚୁକ୍ତି ମୁତାବକ ୩୧ ହଜାର ଟଙ୍କା ପ୍ରାପ୍ୟ ବଦଳରେ ଅର୍ଜୁନଙ୍କ ଖାତାଦାର ବାଣପୁର ଓଡଗାଁର ସୁରେଶ ସେଠୀ ଓ ଦେଓଗାଁର ସନ୍ତୋଷ ବେହେରା ସେମାନଙ୍କୁ ମାତ୍ର ୧୨ ହଜାର ଟଙ୍କା ଲେଖାଏଁ ଦେଇଥିଲେ। ଶ୍ରମିକମାନେ ଏଥିରେ ପ୍ରତିବାଦ କରିବାରୁ ସୁରେଶ ଓ ସନ୍ତୋଷ ସେମାନଙ୍କୁ ବିଭିନ୍ନ ଧମକ ଦେବା ସହ ମାରଧର କରି ଜୋର ଜବରଦସ୍ତ କାମରେ ଲଗାଇଥିଲେ। ତେବେ କୈାଣସି ମତେ ଶ୍ରମିକମାନେ ସେଠାରୁ ଲୁଚି ଟ୍ରେନ୍‍ରେ ଆସି ମଙ୍ଗଳବାର ସନ୍ଧ୍ୟାରେ ବାଲୁଗାଁ ଷ୍ଟେସନରେ ପହଞ୍ଚିଥିଲେ। ଏହା ଜାଣିପାରି ଖାତାଦାର ଦ୍ୱୟ ମଧ୍ୟ ସେମାନଙ୍କ ପଛେ ପଛେ ଆସି ବାଲୁଗାଁରେ ପହଞ୍ଚିଥିଲେ।
ଶ୍ରମିକମାନେ ଟ୍ରେନରୁ ଓହ୍ଲାଇ ବାଲୁଗାଁ ବସଷ୍ଟାଣ୍ଡକୁ ଆସି କେନ୍ଦୁଝର ଫେରିବା ପାଇଁ ଭୁବନେଶ୍ୱର ବସ ଅପେକ୍ଷାରେ ଥିଲେ। ତେବେ ଶ୍ରମିକମାନଙ୍କ ମୋବାଇଲରେ ଠିକାଦାର ଅର୍ଜୁନ, ସନ୍ତୋଷ ଓ ସୁରେଶଙ୍କ ମୋବାଇଲ ନମ୍ବର ଥିବାରୁ ଭବିଷ୍ୟତରେ ସେମାନେ ଅଭିଯୋଗ କରିବା ଆଶଙ୍କାରେ ସନ୍ତୋଷ ଓ ସୁରେଶ ବସଷ୍ଟାଣ୍ଡରେ ପହଞ୍ଚି ଶ୍ରମିକଙ୍କ ମୋବାଇଲ ଫୋନରୁ ସିମ୍‍ କାଢ଼ି ନେବା ପାଇଁ ଉଦ୍ୟମ କରିଥିଲେ। ଏତିକିବେଳେ ସେଠାରେ ଉପସ୍ଥିତ ଜଣେ ମହିଳା ସ୍ୱେଚ୍ଛାସେବୀ ଘଟଣା ସମ୍ପର୍କରେ ଜାଣି ବାଲୁଗାଁ ପୁଲିସକୁ ଖବର ଦେଇଥିଲେ।
ଖବରପାଇ ବାଲୁଗାଁ ଥାନା ଇନ୍ସପେକ୍ଟର ସଞ୍ଜୟ ପଟ୍ଟନାୟକ ବସଷ୍ଟାଣ୍ଡରେ ପହଞ୍ଚି ୨ ନାବାଳିକା ସମେତ ୭ଜଣଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ବୁଧବାର ନିର୍ଯାତିତ ଶ୍ରମିକଙ୍କ ପରିବାର ଲୋକେ ଚକ୍ରଧରକୁ ସାଙ୍ଗରେ ଧରି ବାଲୁଗାଁ ଥାନାରେ ପହଞ୍ଚିଥିଲେ। ଶ୍ରମିକଙ୍କ ଅଭିଯୋଗକ୍ରମେ ପୁଲିସ ସୁରେଶ, ସନ୍ତୋଷ ଓ ଚକ୍ରଧରକୁ ଅଟକ ରଖି ସମସ୍ତଙ୍କ ଡାକ୍ତରୀମାଇନା କରାଇଥିଲା। ଅପରାହ୍ନରେ ଏ ନେଇ ୮୧/୧୮ ନମ୍ବରରେ ଏକ ମକଦ୍ଦମା ରୁଜୁକରି ସୁରେଶ, ସନ୍ତୋଷ ଓ ଚକ୍ରଧରଙ୍କୁ ଗିରଫ କରି ବାଣପୁର କୋର୍ଟଚାଲାଣ କରିଛି। ଉଦ୍ଧାର ନାବାଳିକା ଓ ଯୁବତୀଙ୍କୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଅର୍ଜୁନ ପରିଡ଼ାକୁ ଗିରଫ ପାଇଁ ପୁଲିସ ଚଢଉ ଜାରି ରଖିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories