www.samajalive.in
Sunday, December 14, 2025
19.1 C
Bhubaneswar

ତାମିଲନାଡୁରେ ୨୭ ଦାଦନ ବନ୍ଧକ ଘଟଣା:  ୩ ଜିଲାପାଳଙ୍କୁ ରିପୋର୍ଟ ତଲବ

ଭବାନୀପାଟଣା,୧୮ା୭(ନି.ପ୍ର.): ତାମିଲନାଡୁ ରାଜ୍ୟର ଥିରୁଭେଲ୍ଲର ଜିଲାରେ ଇଟାଭାଟିରେ ବନ୍ଧକ ଥିବା କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ୨୭ ଜଣ ଦାଦନ ଶ୍ରମିକଙ୍କ ସମ୍ପର୍କରେ ଜାତୀୟ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି।
ଥିରୁଭେଲ୍ଲର, କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ଜିଲାପାଳମାନଙ୍କୁ କମିଶନ ନୋଟିସ ଜାରି କରି ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି। ବଲାଙ୍ଗିର ଜିଲା ଦେଓଗାଁ ଥାନା ସାରସାମାଲ ଓ ଅର୍ଡା ଗାଁର ୭ଜଣ, ଟିଟିଲାଗଡ ଥାନା ବିସିକେର ଗାଁର ୫ଜଣ, ପାଟଣାଗଡ ଥାନା ଡମିଆଁର ୮ଜଣ ଓ କଳାହାଣ୍ଡି ଜିଲାର କେଗାଁ ଥାନା ଅନ୍ତର୍ଗତ ଉଛଲା ଓ ବରାମୁଣ୍ଡା ଗାଁର ୭ଜଣ ଏପରି ମୋଟ ୨୭ଜଣ ଶ୍ରମିକ ଗତ ଜାନୁଆରୀ ଠାରୁ ବନ୍ଧକ ଥାଇ ଅକଥନୀୟ ଅତ୍ୟାଚାର ଭୋଗୁଥିବା ଖବର ଗତ ମେ ମାସ ୧ ତାରିଖରେ ଗଣମାଧ୍ୟମରେ ପ୍ରଚାର ହୋଇଥିଲା। ଏମାନଙ୍କ ମଧ୍ୟରେ ଥିଲେ ଦୁଇ ଗର୍ଭବତୀ।
ଏହି ଶ୍ରମିକମାନେ ଦଲାଲ ତାହିଲ, ସୁଲେମାନ, ସୁନ୍ଦରରାମ ରଣା, ସତ୍ୟବାଦୀ ପୁଞ୍ଜି, ହୃଦା ପୁଞ୍ଜି ଓ ଲୋଚନ ପୁଟେଲଙ୍କ ଜରିଆରେ ଚେନ୍ନାଇ ନିକଟସ୍ଥ ଥିରୁଭେଲ୍ଲରକୁ ଇଟା ଗଢ଼ିବାକୁ ଯାଇ ନିର୍ଯାତିତ ହୋଇଥିଲେ। ଏ ସମ୍ପର୍କରେ ମାନବ ଅଧିକାର କର୍ମୀ ଦିଲ୍ଲୀପ କୁମାର ଦାସ ଜାତୀୟ ମାନବାଧିକାର କମିଶନରଙ୍କ ନିକଟରେ ଅଭିଯୋଗପତ୍ର ଦାଖଲ କରିଥିଲେ। କମିଶନ ଏହାକୁ ଗ୍ରହଣ କରି ବିଚାର କରୁଛନ୍ତି।
ଗତ ୧୩ ତାରିଖରେ କମିଶନ ଏହି ମାମଲାର ଶୁଣାଣି କରି ଥିରୁଭେଲ୍ଲର, ବଲାଙ୍ଗୀର ଓ କଳାହାଣ୍ଡି ଜିଲାପାଳଙ୍କୁ ନୋଟିସ କରି ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ସମୟ ଦିଗ ପ୍ରତି କଡା ନଜର ଦେଇ ତଦନ୍ତ କରିବା ସହିତ ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମାନବାଧିକାର କମିଶନ ଥିରୁଭେଲ୍ଲର ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଏଥିରେ ବ୍ୟତିକ୍ରମ ଘଟିଲେ ବ୍ୟକ୍ତିଗତ ହାଜିରା ପାଇଁ ସମନ ଜାରି କରାଯିବ ବୋଲି କମିଶନ ଚେତାଇ ଦେଇଛନ୍ତି। ଶ୍ରମିକମାନଙ୍କ ଗାଁକୁ ଯାଇ ଉପଯୁକ୍ତ ତଦନ୍ତ କରି ଠିକଣା ଓ ବୟାନ ସଂଗ୍ରହ କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କମିଶନ କଳାହାଣ୍ଡି ଓ ବଲାଙ୍ଗୀର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories